www.samajalive.in
Saturday, December 6, 2025
26.1 C
Bhubaneswar

ଦହି ମଇଦା ପୁରୀ ଚାଟ୍‍

ଆବଶ୍ୟକ ସାମଗ୍ରୀ
ମଇଦା – ୨୫୦ ଗ୍ରାମ
ସିଝା ଆଳୁ – ୨ଟି
ସିଝା ବୁଟ – ୩୦୦ ଗ୍ରାମ
ବେସନ – ୧୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ଅନୁସାରେ
ଗରମ ମସଲା – ଅଳ୍ପ
ଦହି – ୫୦୦ ଗ୍ରାମ
ତେନ୍ତୁଳି ରସ – ଅଳ୍ପ
କଞ୍ଚାଲଙ୍କା ବଟା – ଅଳ୍ପ
ଡ଼ାଳିମ୍ବ ମଞ୍ଜି – ଅଳ୍ପ
ଛଣା ସେଉ – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲୁଣ ପକାଇ ମଇଦାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ବେସନରେ ଅଳ୍ପ ତେଲ, ଲୁଣ ପକାଇ ଚକଟି ଦିଅନ୍ତୁ। ଏବେ ମଇଦାରୁ ଗୋଲ ଆକାରର ଗୁଳା କରି ଓ ବେସନରୁ ଛୋଟ ଛୋଟ ଗୁଳା କରନ୍ତୁ। ମଇଦା ଗୁଳାକୁ ହାତରେ ସାମନ୍ୟ ଚେପଟା କରି ଏହା ମଧ୍ୟରେ ବେସନ ଗୁଳାକୁ ରଖି ବେଲି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ ଛାଣି ଦିଅନ୍ତୁ। ଏବେ ସିଝା ଆଳୁରେ କଞ୍ଚାଲଙ୍କା, ଲୁଣ, ଗରମ ମସଲା, ଚଣାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଛଣା ହୋଇଥିବା ପୁରୀ ଉପରେ ପକାଇ କଟା ଧନିଆ ପତ୍ର, ଛଣା ସେଉ, ଡ଼ାଲିମ୍ବ ମଞ୍ଜି, ତେନ୍ତୁଳି ରସ ଆଦି ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଦହି ମଇଦା ପୁରୀ ଚାଟ୍‍ ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ : ଏକାଠି ହେବେ ବୃହସ୍ପତି-ଶୁକ୍ର, ଏହି ରାଶି ହେବେ ମାଲାମାଲ୍‌, ବିବାହ ଠାରୁ ଚାକିରି ସବୁଥିରେ ମିଳିବ ବଡ ସଫଳତା..

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories