www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ୟା ପରିସ୍ଥିତି ନେଇ ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ସମୀକ୍ଷା ବୈଠକ

ମାଲକାନଗିରି: ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ, ଆର୍ ଏସ୍ ଗୋପାଳନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାଲକାନଗିରି ଜିଲ୍ଲାର ବନ୍ୟା ପରିସ୍ଥିତି ମୁକାବିଲା ନେଇ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ଶ୍ରୀ ଗୋପାଳନ ସମ୍ପ୍ରତି ପରିସ୍ଥିତିରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇ ଥିବା ସମସ୍ତ ପଦକ୍ଷେପ ଉପରେ ଜିଲ୍ଲାପାଳ ସଚିନ ପାୱାର ଆରଡିସିଙ୍କୁ ଅବଗତ କରାଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ସମ୍ପଦର ଆକଳନ କରି କ୍ଷତିପୂରଣ ବ୍ୟବସ୍ଥା କରିବା ନିମନ୍ତେ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି।
ଜୀବନଜୀବିକା ସ୍ଵାଭାବିକ ହେବା ନିମନ୍ତେ ଯୋଗାଯୋଗ ଓ ଯାତାୟାତ ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହା ଯାଇଛି। ଜଳବନ୍ଦୀ ଅଞ୍ଚଳରେ ଜଳ ନିଷ୍କାସନ ସହ ଆରଡବ୍ଲୁଏସଏସ ବିଭାଗକୁ ନଷ୍ଟ ହୋଇଥିବା ନଳକୂପ ମରାମତି ପାଇଁ କୁହାଯାଇଛି। ଉକ୍ତ ଅଞ୍ଚଳରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନୁରୂପ ଭାବେ ସ୍ଵାସ୍ଥ୍ୟ ବିଭାଗ ସଜାଗ ରହିବା ସହ ପର୍ଯ୍ୟାପ୍ତ ଔଷଧର ଉପଲବ୍ଧତା ସହ ଡ଼ାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ଋତୁରେ ସର୍ପ ଦଂଶନର ଆଶଙ୍କା ଅଧିକ ଥିବା ହେତୁ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କର ପରିଷ୍କାର ଓ ପରିଚ୍ଛନ୍ନତା, ସ୍ୱଚ୍ଛ ପାନୀୟ ଜଳ, ଶତ ପ୍ରତିଶତ ବିଜୁଳି ସେବା, ଅଙ୍ଗନୱାଡ଼ି କେନ୍ଦ୍ରରେ ଶୁଖିଲା ରାସନ୍ ଓ ଆଶ୍ରମ ବିଦ୍ୟାଳୟରେ ଶୁଖିଲା ରାସନ୍ ସୁନିଶ୍ଚିତ ପାଇଁ କୁହାଯାଇଛି। ଏହିଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ସହ ବିନମ୍ରତାର ସହ ବ୍ୟବହାର କରି ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ ପାଇଁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଆରଡିସିଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ବୈଠକରେ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସାତଟି ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ସେହିପରି ଆନ୍ଧ୍ରପ୍ରଦେଶର ଜଳ ସମ୍ପଦ ବିଭାଗ ସହ ଯୋଗାଯୋଗ ରଖାଯାଇଛି ଏବଂ ସ୍ଥିତି ପର୍ଯ୍ୟବେକ୍ଷଣ କରାଯାଉଛି। ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ଉନ୍ନତି ଆସିଛି ଏବଂ ପ୍ରଶାସନ ଏଥିପ୍ରତି ପୂର୍ଣ୍ଣ ସଜାଗ ଥିବା କଥା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଉପ ଜିଲ୍ଲାପାଳଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳ ସମ୍ପଦ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଉଖୁଣ୍ଡା ବନାଞ୍ଚଳରେ ତାଣ୍ଡବ ରଚିଲେ ହାତୀପଲ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories