www.samajalive.in
Saturday, December 6, 2025
23.1 C
Bhubaneswar

ବନ୍ୟା ପାଇଁ ୫ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳିରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରି ୫ ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବନ୍ୟା ମୁକାବିଲା ପାଇଁ ବିହାର ରାଜ୍ୟକୁ ୧୧,୫୦୦କୋଟି ମିଳିବ । ପ୍ରତିବର୍ଷ ଆସାମରେ ବନ୍ୟା ପରିସ୍ଥିତି ଉପୁଜୁଛି । ଏହାର ପରିଚାଳନା ଲାଗି ଓ ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର । ବନ୍ୟା ପ୍ରଭାବିତ ହିମାଚଳ ପ୍ରଦେଶକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହା ମାଧ୍ୟମରେ କ୍ଷତିଗ୍ରସ୍ତ ସଡ଼କ ଗୁଡିକର ପୁନଃ ନିର୍ମାଣ ପାଇଁ ସହାୟତା ମିଳିବ । ଉତ୍ତରାଖଣ୍ଡରେ ଭୂସ୍ଖଳନ ଓ ବାଦଲ ଫଟା ବର୍ଷା ଯୋଗୁ ହୋଇଥିବା କ୍ଷତିରେ ସୁଧାର ପାଇଁ ସହାୟତା ପ୍ରଦାନ କରାଯିବ । ଏହାସହିତ ସିକ୍କିମକୁ ମଧ୍ୟ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories