www.samajalive.in
Sunday, December 14, 2025
19.1 C
Bhubaneswar

ମାଲକାନଗିରିରେ ମାଟ୍ରିକ ଖାତା ଗାଏବ ଘଟଣା : ୪ଜଣଙ୍କ ନାମରେ ଏତଲା

ମାଲକାନଗିରି : ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ଏସଏସବି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଗଣିତ ଅବଜେକ୍ଟିଭ ଓଏମଆର ଉତ୍ତର ଖାତା ଗାଏବ ଘଟଣାରେ ସୋମବାର ବୋର୍ଡର ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ପକ୍ଷରୁ ପଡିଆ ଥାନାରେ ଏତଲା ଦାୟର କରାଯାଇଛି। ସଂପୃକ୍ତ ସ୍କୁଲର ୪ଜଣଙ୍କ ନାମରେ ବିଇଓଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ଜଣାପଡିଛି। କେନ୍ଦ୍ର ଅଧୀକ୍ଷକ, ଉପଅଧୀକ୍ଷକ, ନିରୀକ୍ଷକ ଏବଂ ଜଣେ ପିଅନଙ୍କ ନାମରେ ଏତଲା ଦିଆଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନା ଆରା ବେଗମ ସୂଚନା ଦେଇଛନ୍ତି। ପୁଲିସ ତଦନ୍ତ ସରିଲେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ଶନିବାର ଗଣିତ ପରିକ୍ଷାରେ ଅବଜେକଟିଭ ପରୀକ୍ଷାର ଓଏମଆର ସିଟ ଉତ୍ତର ଖାତା ଗାଏବ ଥିବା କେନ୍ଦ୍ର ଅଧିକ୍ଷକ ଜାଣିବାକୁ ପାଇଥିଲେ। ପରେ କେନ୍ଦ୍ର ଅଧିକ୍ଷକ ଏ ନେଇ ସ୍ଥାନୀୟ ଥାନାରେ ମଧ୍ୟ ଏତଲା ଦାୟର କରିଥିଲେ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories