ଜୋର ଧରିଲା କୋଣ୍ଡାରେଡ୍ଡି ଆଦିବାସୀ ମାନ୍ୟତା; ଭୋଟ ବର୍ଜନ ନିଷ୍ପତ୍ତି

0

ମାଲକାନଗିରି : ବହୁଥର ଭୋଟ ବର୍ଜନ ମଧ୍ୟ କରିଛୁା ଦିଲ୍ଲୀଠାରୁ ଭୁବନେଶ୍ୱର ଯାଏଁ ଦୌଡି ଦୌଡି ନୟାନ୍ତ ହୋଇ ଗଲୁଣିା ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପଦ୍ଧତି ଉପରେ ବିଶ୍ୱାସ ତୁଟିଯାଇଛିା ଗାଁକୁ କେବେ ମଧ୍ୟ କୌଣସି ବିଧାୟକ କିମ୍ବା ସାଂସଦଙ୍କ ପାଦ ପଡିନାହିାଁ କେବଳ ଭୋଟ ସମୟରେ କିଛି ଧୋବ ଧୋବଳିଆ ନେତା ଆସି ବହୁ ପ୍ରଲୋଭନ ଦେଖାଇ ଭୋଟ ଦେବାକୁ କହୁଛନ୍ତିା ନିର୍ବାଚନ ସରିଲେ ବାସ୍‍ ସମସ୍ତେ ଚୁପଚାପ। ବିଧାୟକଠାରୁ ସାଂସଦ ପର୍ଯ୍ୟନ୍ତ କାହାର ଦେଖା ମିଳେ ନାହିାଁ କୋଣ୍ଡାରେଡ୍ଡି ସମ୍ପ୍ରଦାୟ ଏଭଳି ଅଭିଯୋଗ କରିଛନ୍ତି। ଗତ ୨୦ ବର୍ଷ ଧରି ଆମେ ଆମର ଗୁହାରି ସରକାରଙ୍କ ପାଖରେ ଜଣାଇଛୁ। ମୁଖ୍ୟ ଦାବି ରହିଛି କୋଣ୍ଡାରେଡ୍ଡିଙ୍କୁ ଆଦିବାସୀ ମାନ୍ୟତା ରହିଥିବା କୋଣ୍ଡାରେଡ୍ଡି ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି।
କୋଣ୍ଡାରେଡ୍ଡି ଜନଜାତିର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଅଧିବାସୀ କାଲିମେଳା, ଚିତ୍ରକୋଣ୍ଡା ବ୍ଲକରେ ବାସ କରନ୍ତିା ଏହି ଜନଜାତିକୁ ଆନ୍ଧ୍ରପ୍ରଦେଶରେ ଆଦିବାସୀ ମାନ୍ୟତା ମିଳିଥିବାବେଳେ ଓଡ଼ିଶାରେ ଏହି ଅଞ୍ଚଳବାସୀଙ୍କୁ ମାନ୍ୟତା ନ ମିଳିବାରୁ ସେମାନେ ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ କୌଣସି ସୁବିଧା ସୁଯୋଗ ପାଉନାହାନ୍ତିା ସବୁଠାରୁ ଆଶ୍ଚର୍ଯ୍ୟ କଥା ପୂର୍ବରୁ ଏହି ଦୁଇଟି ପଞ୍ଚାୟତ କାଲିମେଳା ବ୍ଲକରେ ଥିବା ବେଳେ ବ୍ଲକ କିମ୍ବା ତହସିଲକୁ ଯିବାକୁ ହେଲେ ୧୦୦ କିଲୋମିଟର ଯିବାକୁ ପଡୁଥିଲା।

prayash

ତେବେ ଗତ ପଞ୍ଚାୟତ ନିର୍ବାଚନ ପୁର୍ବରୁ ସରକାର ଏହି ଦୁଇଟି ପଞ୍ଚାୟତକୁ ଚିତ୍ରକୋଣ୍ଡା ବ୍ଲକରେ ସାମିଲ କରି ଦେଇଛନ୍ତିା ତେବେ ବ୍ଲକ ବଦଳିଲା କିନ୍ତୁ ସମସ୍ୟା ସେମତି ରହିଲ।। ଏବେ ବି ଥାନାକୁ ଯିବାକୁ ହେଲେ ୧୦୦ କିଲୋମିଟର ଯିବାକୁ ପଡୁଛିା ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳବାସୀ ବିଶାଖାପାଟଣା ଜିଲ୍ଲାର ସିଲେରୁ ଉପରେ ଭରସା କରିବାକୁ ପଡେ। ଜାତିଗତ ପ୍ରମାଣ ପତ୍ର ନଥିବାରୁ ଏହି ଜନଜାତି ଆବାସୀକ ବିଦ୍ୟାଳୟରେ ପାଠ ପଢି ପାରୁନାହାନ୍ତି। ସ୍ୱାଭିମାନ ଅଞ୍ଚଳ ବୋଲି ସରକାର ଘୋଷଣା କରାଗଲା, କିନ୍ତୁ ସରକାରୀ ସ୍ତରରେ ସେଭଳି ତତ୍ପରତା ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି।

kalyan agarbati
Leave A Reply