‘ଅସାନି’ ପାଇଁ ମାଲକାନଗିରିରେ ସ୍କୁଲ ଛୁଟି

ମାଲକାନଗିରି: ବାତ୍ୟା ‘ଅସାନି’ ପ୍ରଭାବରେ ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗୋଟିଏ ଦିନ ପାଇଁ ମାଲକାନଗିରିରେ ସବୁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ କୁହାଯାଇଛି । ମଛଲିପାଟନମ ନିକଟରେ ବାତ୍ୟା ‘ଅସାନି’ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ମାଲକାନଗିରିରେ ୫୦ କି.ମି ବେଗରେ ପବନ ବହିପାରେ । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଖାଲି ସେତିକି ନୁହେଁ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାର ବିଭିନ୍ନ ସ୍ଥାନରେ ନିୟୋଜିତ ଥିବା ମଧ୍ୟ ସୂଚନା ମିଳିଛି । ଲୋକଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Comments are closed.