www.samajalive.in
Sunday, December 14, 2025
19.1 C
Bhubaneswar

ମଲିକପଡା ହତ୍ୟାକାଣ୍ଡର କାରଣକୁ ନେଇ ଛିଣ୍ଡୁନି ପୁଲିସ ତଦନ୍ତ, ଦୁଇ ଅଭିଯୁକ୍ତ ଜେଲରେ

ବୌଦ୍ଧ : ଗତ ଏକ ସପ୍ତାହ ତଳେ ବୌଦ୍ଧଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲିକପଡା ଗ୍ରାମରେ କନେଷ୍ଠବଳ ସନ୍ତୋଷ ଜାନୀଙ୍କୁ ତାଙ୍କର ଦୁଇ ବଡଭାଇ ଅତ୍ୟନ୍ତ ନୃସଂସ ଭାବରେ ହତ୍ୟା କରିଥିଲେ। ସନ୍ତୋଷଙ୍କୁ ମାଡ ମାରିବା ସହ ବେହୋସ ଅବସ୍ଥାରେ ଜିଅନ୍ତା ପୋଡି ଫେରାର ହୋଇଯିବା ଘଟଣାକୁ ନେଇ ଜିଲା ପୁଲିସ ବିଭାଗ ସ୍ତବ୍ଧ ହୋଇଯିବା ସହ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପୁଲିସ ବିଭାଗ ଓ ଥାନା ଅଧିକାରୀଙ୍କ ତତ୍ପରତା ଯୋଗୁଁ ହତ୍ୟାକାରୀମାନଙ୍କୁ ଦୁଇଦିନ ମଧ୍ୟରେ ଗିରଫ କରାଯାଇପାରିଥିଲା। ଏହି ହତ୍ୟାକାଣ୍ଡ ଘଟଣା ପାରିବାରିକ କଳହରୁ ଘଟିଥିବା ପ୍ରାରମ୍ଭିକ ତଦନ୍ତରେ ଜଣାପଡିଥିବାବେଳେ କଳହର କାରଣକୁ ନେଇ ପୁଲିସର ତଦନ୍ତ ଛିଣ୍ଡୁ ନ ଥିବା ଜଣାଯାଇଛି। ଦୁଇ ହତ୍ୟାକାରୀ ଭାଇଙ୍କ ମଧ୍ୟରେ ଜଣେ ପୂର୍ବରୁ ଅନ୍ୟ ଏକ ହତ୍ୟାକଣ୍ଡ ମାମଲାରେ ଦୀର୍ଘଦିନ ଜେଲରେ ରହି ବେଲରେ ଫେରିଥିବାବେଳେ ଅନ୍ୟ ଭାଇଜଣଙ୍କ ସାନଭାଇ ହତ୍ୟାକାଣ୍ଡକୁ ନେଇ ବହୁତ ଅନୁତପ୍ତ ଥିବା ତଦନ୍ତ ସମୟରେ ପ୍ରକାଶ କରିଥିଲା। ତେବେ ଚାକିରିଆ ସାନଭାଇ ନିଜ ପତ୍ନୀ ଓ ପୁଅଠାରୁ ଦୂରରେ ରହି  ବାରମ୍ବାର ପରିବାର ଉପରେ ବୋଝ ପାଲଟୁଥିବାରୁ ଏବଂ ଘଟଣାଦିନ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରି ଭାଇମାନଙ୍କ ସହ ବଚସା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପରିବାରଲୋକ ସୂଚନା ଦେଉଥିବାବେଳେ  ପୁଲିସର ତଦନ୍ତ କିନ୍ତୁ ଛିଣ୍ଡୁ ନ ଥିବା ଜଣାଯାଇଛି। ଏକ ନୃସଂଶ ହତ୍ୟାକାଣ୍ଡ ପଛରେ ସାମାନ୍ୟ କାରଣକୁ ପୁଲିସ ସହଜରେ ଗ୍ରହଣ କରୁନଥିବାବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଥିବା ଜଣାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପହଞ୍ଚିବା ପରେ ହତ୍ୟାକାଣ୍ଡ ସଂପର୍କରେ ଅନେକ ତଥ୍ୟ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ଆଶାବାଦୀ ରହିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories