www.samajalive.in
Sunday, December 14, 2025
26.1 C
Bhubaneswar

ବଢୁଛି ଗ୍ରୀଷ୍ମ ପ୍ରବାହ, ଜଙ୍ଗଲରୁ ଲିଭୁନି ନିଆଁ, ବିପଦରେ ବନ୍ୟଜନ୍ତୁ

ବୌଦ୍ଧ : ଗ୍ରୀଷ୍ମ ରୁତୁ ଆରମ୍ଭ ହେବାମାତ୍ରେ ବୌଦ୍ଧ ଜିଲାର ସଂରକ୍ଷିତ ଜଙ୍ଗଲ ଗୁଡିକ ଏବେ ନିଆଁ ଘେରରେ। ବୌଦ୍ଧ ଜିଲାରେ ୫ଟି ରେଞ୍ଜ ଥିବାବେଳେ ଜିଲାରେ ପ୍ରାୟ ୯୨ହଜାର ୪୭୭ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି।  ବତ୍ତର୍ମାନ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ନେଇ  ସରକାର ଚିନ୍ତାରେ ପଡିଥିବାବେଳେ ବୌଦ୍ଧ ଜିଲାରେ ଥିବା ପାଞ୍ଚଗୋଟି ରେଞ୍ଜ କଣ୍ଟମାଳ, ମନମୁଣ୍ଡା, ବୌଦ୍ଧ, ପୁରୁଣାକଟକ ଓ ମାଧପୁର ରେଞ୍ଜର ୭୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ଜିଲା ସାରା ଜଙ୍ଗଲ ଜଳୁଥିବାବେଳେ ବନ ବିଭାଗ ନାକେଦମ ହେବା ସହ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ମାଧପୁର ରେଞ୍ଜର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର ମାଧପୁର ରେଞ୍ଜ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଜାତୀୟ ରାଜପଥ କଡ ଜଙ୍ଗଲ ଗୁଡିକ ଜଳୁଥିବା ଦେଖିବାକୁ ମିଳିଥିବାବେଳେ ବନବିଭାଗ ଏହି ନିଆଁକୁ ଆୟତ୍ତ କରିପାରୁନଥିବା ବେଳେ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳର ଜଙ୍ଗଲ ପରିସ୍ଥିତି କିପିରି ଥିବ ଏଥିରୁ ସ୍ପଷ୍ଟ ଅନୁମେୟ। ଜିଲାର ଅଧିକାଂଶ  ଅଞ୍ଚଳ ବଣ ପାହାଡ ଘେରା ଓ ଆଦିବାସୀ ଅଞ୍ଚଳ ଅଟେ। ଏଠାକାର ଅଧିକାଂଶ ଆଦିବାସୀ ଚାଷ, ଦିନମଜୁରୀ ଓ ଜଙ୍ଗଲରୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି  ପରିବାର ପ୍ରତିପୋଷଣ କରିଥାଆନ୍ତି। କିନ୍ତୁ ଜଙ୍ଗଲରେ  ନିଆଁ ଲାଗିବାରୁ ଜଙ୍ଗଲି ଜାତ ଦ୍ରବ୍ୟ ପୋଡି ପାଉଁଶ ହୋଇଯାଉଛି। ଫଳରେ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିଭାଉଥିବା ଗରିବ ଆଦିବାସୀମାନେ ଜଙ୍ଗଲ ନିଆଁକୁ ନେଇ ଚିନ୍ତାରେ ପଡିଛନ୍ତି। ଗୋଟିଏ ପଟେ ବୌଦ୍ଧଜିଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଚାଲିଥିବାବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିସାରିଲାଣି। ଆଗକୁ ଭୟଙ୍କର ଭାବରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନେଇ ବୈଜ୍ଞାନିକମାନେ ଆଗୁଆ ସତର୍କ କରାଇଲେଣି। ଦିନ କୁ ଦିନ ହ୍ରାସ ପାଉଥିବା ଜଙ୍ଗଲ ସମସ୍ତଙ୍କର ଚିନ୍ତା ବଢାଇବାରେ ଲାଗିଛି। ଏହିପରି ଘଡସନ୍ଧି ସମୟରେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବିଭିନ୍ନ ଔଷଧୀୟ ଗଛ ସାଙ୍ଗକୁ ବହୁ ମୂଲ୍ୟବାନ ଗଛ ମଧ୍ୟ ପୋଡି ନଷ୍ଟ ହେଉଛି। ଆହୁରି ମଧ୍ୟ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ପଶୁ ପକ୍ଷୀ ଜଙ୍ଗଲରୁ ଗାଁ ମୁହାଁ ହେବା ଯୋଗୁଁ ଶିକାରୀମାନଙ୍କ ଶିକାର ହେଉଛନ୍ତି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେବାସହ ବହୁ ଟଙ୍କା ଖର୍ଚ୍ଚ କରି ଆସୁଥିବାବେଳେ ବୌଦ୍ଧ ଜିଲାରେ ଏହାର କିଛି ଲାଭ ହେଉନାହିଁ। ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଧୂଆଁମୟ ହେବା ସହ ରାସ୍ତାରେ ଯାଉଥିବା ପଥଚାରୀମାନେ ନାହିଁ ନଥିବା ହଇରାଣ ହେଉଅଛନ୍ତି। ନିଆଁର ଧୁଆଁ ଯୋଗୁଁ ଆଖି ପୋଡିବା ସହ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକ ଭୟରେ ଅଛନ୍ତି। ପବନ ହେଲେ ନିଆଁ ଉଡି ଗାଁ ପୋଡିବାର ଆଶଙ୍କା ମଧ୍ୟ ରହିଛି। ଏକକାଳିନ ୫ଟି ରେଞ୍ଜରେ   ଜଙ୍ଗଲ ଜଳୁଥିଲେ ମଧ୍ୟ ବନ ବିଭାଗ ଆୟତ୍ତ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଏପଟେ ବିଭାଗ ପାଖରେ ଆବଶ୍ୟକୀୟ କର୍ମଚାରୀ ଓ ସୁବିଧା ନଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡୁଥିବା ଜଣାଯାଇଛି। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ  ସାଧାରଣରେ ଦାବି ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories