www.samajalive.in
Tuesday, December 9, 2025
19.1 C
Bhubaneswar

ମାଲେସିଆରେ ୪ ଭାରତୀୟ ଗିରଫ

ସେପାଙ୍ଗ : କ୍ୱାଲାଲୁମପୁର ବିମାନ ବନ୍ଦରରୁ ବୁଧବାର ୪ ଭାରତୀୟଙ୍କୁ ମାଲେସିଆ ପୁଲିସ୍‍ ଗିରଫ କରିଛି। ସେମାନଙ୍କ ନିକଟରୁ ୧୪ କିଲୋର ଡ୍ରଗ୍ସ ଏବଂ ୫୨୫୫ଟି କଇଁଛ ଜବତ କରାଯାଇଛି।
ମାଲେସିଆର ବରିଷ୍ଠ କଷ୍ଟମ ଅଧିକାରୀ ଜୁଲକାରନୈନ ମହମୟ ୟୁସୁଫ କହିଛନ୍ତି ଯେ ବୁଧବାର କ୍ୱାଲାଲୁମପୁର ବିମାନ ବନ୍ଦରରୁ ୨ ଜଣ ଭାରତୀୟଙ୍କ ଲଗେଜରୁ ଏକ ଛୋଟ ବାସ୍କେଟ ଜବତ କରାଯାଇଥିଲା। ଏହି ବାସ୍କେଟରୁ ୫୨୫୫ଟି ନାଲି କାନ କଇଁଛ ଛୁଆ ଜବତ କରାଯାଇଛି। ସେମାନେ ଚୀନର ଗ୍ୱାଙ୍ଗଝୁରୁ ଜୁନ ୨୦ରେ ମାଲେସିଆ ଆସିଥିଲେ। କଇଁଛ ନେବା ପାଇଁ ସେମାନଙ୍କ ନିକଟରେ ଅନୁମତି ନଥିଲା। ସେମାନଙ୍କ ନିକଟରୁ ଜବତ କଇଁଛଙ୍କ ମୂଲ୍ୟ ୧୨୭୦୦ ଡଲାର ହେବ ବୋଲି ଆକଳନ କରାଯାଇଛି। ଭାରତ ବଜାରରେ ବିକିବା ପାଇଁ ସେମାନେ ଏହି କଇଁଛ ନେଉଥିଲେ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କୁ ଆର୍ଥିକ ଦଣ୍ଡ କିମ୍ବା ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଇଛି। ସେହିପରି ଆଉ ୨ ଜଣ ଭାରତୀୟଙ୍କ ନିକଟରୁ ୧୪.୩୪ କିଲୋ ମେଥାମଫେଟାମାଇନ ଡ୍ରଗ୍ସ ଜବତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଜୁନ ୧୯ରୁ ହାଇଦରାବାଦରୁ ଓ ଅନ୍ୟ ଜଣେ ଜୁନ ୨୦ରେ ବେଙ୍ଗାଲୁରୁରୁ ମାଲେସିଆ ଆସିଥିଲେ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories