ମଲାଲା ଦିବସ

୨୦୧୩ ଜୁଲାଇ ୧୨ତାରିଖରେ ଜାତିସଂଘ ମୁଖ୍ୟାଳୟରେ ମଲାଲା ୟୁସୁଫଜାଇ ଶିକ୍ଷା ଉପରେ ଭାଷଣ ଦେଇ ସମଗ୍ର ବିଶ୍ବରେ ଚର୍ଚ୍ଚିତ ହୋଇଥିଲେ। ୧୯୯୭ ମସିହା ଜୁଲାଇ ୧୨ତାରିଖରେ ଜନ୍ମଗ୍ରହଣ କରିଥିବା ମଲାଲା ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ୨୦୦୮ରୁ ମହିଳା ଶିକ୍ଷା ଅଧିକାର ସହ ସେ ଜଡ଼ିତ ରହିବା ସହ ୨୦୧୨ରେ ଏଭଳି ଦାବି କରି ତାଲିବାନୀ ଆତଙ୍କବାଦୀଙ୍କ ଗୁଳିରେ ମଲାଲା ଗୁରୁତର ଆହତ ହୋଇଥିଲେ। ୟୁନିସେଫ୍ ଦ୍ୱାରା ତାଙ୍କୁ ଆର୍ନ୍ତଜାତିକ ଶିଶୁ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମଲାଲାଙ୍କୁ ତାଙ୍କର ସାହାସିକ ପଦକ୍ଷେପ ପାଇଁ ସିତାରା-ଇ-ସୁଜାତ୍ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଫ୍ରାନ୍ସ ସରକାରଙ୍କ ପକ୍ଷରୁ ସିମୋନଡ୍- ବି-ଉଭୋର ସମ୍ମାନ ମିଳିଥିବା ବିଶ୍ବର ସର୍ବକନିଷ୍ଠା ନୋବେଲ୍ ଶାନ୍ତି ବିଜୟିନୀ ମଲାଲାଙ୍କ ଜନ୍ମଦିନ ଜୁଲାଇ ୧୨କୁ ‘ମଲାଲା ଦିବସ’ ଭାବେ ୨୦୧୩ରୁ ପାଳନ କରାଯାଉଛି।

kalyan agarbati

Comments are closed.