www.samajalive.in
Saturday, December 6, 2025
26.1 C
Bhubaneswar

ବ୍ୟକ୍ତିଗତ ତଥ୍ୟ ଲିକ୍ କରିବାରୁ ଡ୍ରାଇଭରକୁ ଚାକିରୀରୁ ବାହାର କଲେ ମଲାଇକା

ମୁମ୍ବଇ : କିଛିଦିନ ହେବ ଅର୍ଜୁନ କପୁରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ମଲାଇକା। ସେ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ତଥ୍ୟ ବାହାରକୁ ଆଣିବାକୁ ଚାହୁଁନଥିବା ବେଳେ ନିଜ ଡ୍ରାଇଭର୍ ମୁକେଶ ତାଙ୍କ ବିଷୟରେ ସମସ୍ତ ତଥ୍ୟ ପ୍ରଚାର କରୁଥିବା ଜାଣିବାକୁ ପାଇଛନ୍ତି। ଏ ବିଷୟରେ ଜାଣିବା ପରେ ମଲାଇକା ମୁକେଶଙ୍କୁ ନିଜ ଡ୍ରାଇଭର ଚାକିରୀରୁ ବାହାର କରି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କିଛି ଦିନ ଧରି ମଲାଇକା ଅର୍ଜୁନଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କାହାରିକୁ ଜଣାଇବାକୁ ଚାହୁଁ ନଥିବା ବେଳେ, ଏହା କିନ୍ତୁ ଲିକ୍ ହେଉଥିଲା। ଶେଷରେ ଏହା ପଛରେ ମଲାଇକାଙ୍କ ଡ୍ରାଇଭର ମୁକେଶ ଥିବା ଜଣାପଡ଼ିଥିଲା। ସେ ନିଜ ଭାଇ ବବଲୁଙ୍କୁ ମଲାଇକାଙ୍କ ବିଷୟରେ ସମସ୍ତ ସୂଚନା ଦେଉଥିଲେ।

- Advertisement -

ଉଲ୍ଲେଖଯୋଗ୍ୟ, ମଲାଇକା ଅରବାଜଙ୍କ ସହ ରହୁଥିବା ବେଳେ ମୁକେଶ ଓ ବବଲୁଙ୍କୁ ଅରବାଜ ଡ୍ରାଇଭର୍ ଭାବେ ନିଯୁକ୍ତି ଦେଇଥିଲେ। ମୁକେଶ ମଲାଇକାଙ୍କ ପାଇଁ ଏବଂ ବବଲୁ ଅରବାଜଙ୍କ ପାଇଁ କାମ କରୁଥିଲେ। ଏବେ ଉଭୟ ଅଲଗା ହେବା ପରେ ମଧ୍ୟ ଦୁଇ ଭାଇ ମଲାଇକା ଓ ଅରବାଜଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ବର୍ତ୍ତମାନ ମଲାଇକା ମୁକେଶଙ୍କ କାର୍ଯ୍ୟକଳାପ ଯୋଗୁଁ ଖୁବ୍ କ୍ଷୁବ୍ଧ ହୋଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories