www.samajalive.in
Saturday, December 6, 2025
14.1 C
Bhubaneswar

ଜିଏସ୍‍ଟି ଅଧିକାରୀମାନଙ୍କୁ ନିର୍ମଳାଙ୍କ ପରାମର୍ଶ – ଜିଏସ୍‍ଟି ସନ୍ଦେହ ଦୁରକର

ସମାଜ ପୋର୍ଟାଲ ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନୀୟ ତଥା ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟିକୁ ଜୋରଦାର କରିବା ପାଇଁ ସମସ୍ତ ଜିଏସ୍‍ଟି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେତେକ ବ୍ୟବସାୟୀ ପ୍ରତିନିଧିମାନଙ୍କର ଜିଏସ୍‍ଟିକୁ ନେଇ ରହିଥିବା କିଛି ସନ୍ଦେହ ଉପରେ ସ୍ପଷ୍ଟୀକରଣ ଦେଇ ଅର୍ଥମନ୍ତ୍ରୀ ଜିଲ୍ଲାସ୍ତରରେ ବ୍ୟବସାୟୀ, ଶିଳ୍ପଦ୍ୟୋଗୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଜି.ଏସ.ଟି ସମ୍ପର୍କୀତ ସମସ୍ତ ସନ୍ଦେହ ଦୂର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜି.ଏସ.ଟି ପ୍ରଚଳନ ହେବାର ୩ବର୍ଷ ପରେ ଏଥିନେଇ କୌଣସି ମୌଳିକ ସନ୍ଦେହ ରହିବା ଉଚିତ ନୁହେଁ ବୋଲି ମନ୍ତବ୍ୟ ଦେଇ ସେ ବ୍ୟବସାୟୀ ଓ ଶିଳ୍ପପତିମାନଙ୍କ ମଧ୍ୟରେ ରହିଥିବା ଯେକୌଣସି ସନ୍ଦେହ ଦୂର କରିବା ଦିଗରେ କାର୍ଯ୍ୟ କରିବାକୁ ଜିଏସ୍‍ଟି ଅଧିକାରୀମାନଙ୍କୁ କହିଛନ୍ତି।

ସେ କହିଛନ୍ତି, ସରଳୀକୃତ ଶାସନ ପ୍ରଣାଳୀ ପ୍ରସ୍ତୁତ ହୋଇସାରିଛି ଏବଂ ଚଳିତବର୍ଷ ଏପ୍ରିଲ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଗୁଡିକ କେନ୍ଦ୍ରୀୟ ପରୋକ୍ଷ ଟିକସ୍‍ ଓ ବହିଶୁଳ୍କ ବୋର୍ଡ (ସିବିଆଇସି) ସହିତ ମିଳିମିଶି କାର୍ଯ୍ୟ କରୁଛନ୍ତି ଏବଂ ଜି.ଏସ୍‍.ଟିକୁ ନେଇ ସଚେତନତା ସୃଷ୍ଟି କରିବାରେ ରାଜ୍ୟ ଗୁଡିକର ମଧ୍ୟ ଗୁରୁଦାୟିତ୍ୱ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories