www.samajalive.in
Saturday, December 6, 2025
16.1 C
Bhubaneswar

ଜାତିସଂଘ ସଚିବଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତର ନାଁ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସରକାର କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀର ଦେଶର ଅବିଚ୍ଛେଦ୍ୟ ଅଙ୍ଗ ଓ ଏ ସଂକ୍ରାନ୍ତରେ ଭାରତର ସ୍ଥିତି ପୂର୍ବଭଳି ଅପରିବର୍ତ୍ତିତ ରହିଛି। ଜାତିସଂଘର ସଚିବ ଜେନେରାଲ୍‍ ଆଣ୍ଟୋନିଓ ଗୁଟେରସ୍‍ ଇସ୍‍ଲାମାବାଦରେ ଦେଇଥିବା ମତାମତକୁ ଆଧାର କରି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶକୁମାର କହିଛନ୍ତି ଯେ ଭାରତ କେବଳ ପାକିସ୍ଥାନ ଦ୍ୱାରା ବେଆଇନ ଭାବେ ଭାରତୀୟ ଜମି ଅଧିଗ୍ରହଣକୁ ବିରୋଧ କରୁଛି ଏବଂ ସେ ଜମିକୁ ପୁଣି ଫେରାଇ ଆଣିବା ପାଇଁ ଗୁରୁତ୍ୱ ଦେଉଛି। ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇ ପାରିବ।

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ମଧ୍ୟସ୍ଥତାର କୌଣସି ଭୂମିକା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଭାରତ ବିପକ୍ଷରେ ପାକିସ୍ଥାନ ଚଳାଇଥିବା ସୀମାପାର ଆତଙ୍କବାଦକୁ ରୋକିବା ଦିଗରେ କାର୍ଯ୍ୟ କରିବାକୁ ଜାତିସଂଘ ମହାସଚିବ ପାକିସ୍ଥାନକୁ ପରାମର୍ଶ ଦେବେ ବୋଲି ମୁଖପାତ୍ର ରବିଶକୁମାର ଆଶାବ୍ୟକ୍ତ କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories