www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଅପଡେଟ – ମୃତ୍ୟୁ ସଂଖ୍ୟା ୧୭୦୦ ଟପିଲା

ସମାଜ ପୋର୍ଟାଲ ଅପଡେଟ: ଚୀନର ହୁବାଇ ପ୍ରଦେଶରେ ଗତକାଲି କରୋନା ଭୂତାଣୁ ସଂକ୍ରମଣରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହେବା ପରେ ବର୍ତ୍ତମାନ ଚୀନରେ ଏହି ମହାମାରୀରେ ମୃତ୍ୟୁସଂଖ୍ୟା ୧୭୦୦ ଟପିଛି। ହୁବେଇ ପ୍ରଦେଶର ସ୍ୱାସ୍ଥ୍ୟ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୧ହଜାର ୯୩୩ଟି ନୂତନ ରୋଗୀଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି। ସେହିଭଳି ସମଗ୍ର ଚୀନରେ ୭୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହୁବେଇ ଅଞ୍ଚଳର। ଇତିମଧ୍ୟରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ବେଜିଂରେ ପହଞ୍ଚି ଏହି ମହାମାରୀକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେମାନଙ୍କ ଚୀନ ପ୍ରତିପକ୍ଷଙ୍କ ସହ ବୈଠକ ଆରମ୍ଭ କରିଛନ୍ତି।

ନୋଭେଲ କରୋନା ଭୂତାଣୁ କୋଭିଡ୍‍-୧୯ର ସଂକ୍ରମଣ ବିରୁଦ୍ଧରେ ଲଢ଼େଇ କରିବାକୁ ଚୀନ ସରକାର ଓ ଚୀନବାସୀଙ୍କ ସହିତ ଭାରତ ରହିଛି ବୋଲି କହିଛି। ଚୀନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଏ ସଂପର୍କରେ ଏକ ବିବୃତ୍ତି ଦେଇ କହିଛନ୍ତି ଚୀନର ଏହି ବିପଦ ସମୟରେ ଚୀନବାସୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବାଲାଗି ଭାରତ ସମସ୍ତ ପଦକ୍ଷେପ ନେବ। ସେ କହିଛନ୍ତି ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଚୀନକୁ ସହାୟତା କରିବା ଲାଗି ଭାରତ ଖୁବ୍‍ଶୀଘ୍ର ମେଡ଼ିକାଲ୍‍ କିଟ୍‍ ଯୋଗାଇଦେବ। ଏହି ପଦକ୍ଷେପ ଚୀନବାସୀଙ୍କ ପ୍ରତି ଭାରତ ସରକାରଙ୍କର ବନ୍ଧୁତ୍ୱ ଓ ସଦ୍ଦିଚ୍ଛାର ପ୍ରତିଫଳନ ବୋଲି ସେ କହିଛନ୍ତି।

- Advertisement -

ନେପାଳ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ନୋଭେଲ୍‍ କରୋନା ଭୂତାଣୁ ସଂକ୍ରମଣ ଯାଞ୍ଚ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞମାନଙ୍କୁ ନେଇ କେନ୍ଦ୍ରୀୟ ଦଳ ଗଠନ କରିଛି। ଏ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକିମ ଓ ପଶ୍ଚିମବଙ୍ଗରେ ଥିବା ନେପାଳ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଏହି ବିଶେଷଜ୍ଞ ଦଳ କରୋନା ଭୂତାଣୁ ସଂପର୍କରେ ତଦାରଖ କରିବେ। ଏଥିସହିତ ସେମାନେ ସଂପୃକ୍ତ ଅଞ୍ଚଳରେ ଏହି ଭୂତାଣୁ ପ୍ରତିହତ କରିବା ଲାଗି ଜନସଚେତନତା ସୃଷ୍ଟି କରିବେ। ଏଥିଲାଗି ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ୫ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ନୂଆଦିଲ୍ଳୀର ଚାୱାଲାରେ ଭାରତ-ତିବ୍ୱତ ସୀମା ପୁଲିସ ଦ୍ୱାରା ଅଟକାଯାଇ ଯାଞ୍ଚ ପାଇଁ ପଠାଯାଇଥିବା ସମସ୍ତ ୪୦୬ଜଣଙ୍କ ଠାରେ କରୋନା ସଂକ୍ରମଣ ହୋଇ ନଥିବା ସର୍ବଶେଷ ପରୀକ୍ଷା ରିପୋର୍ଟରୁ ଜଣାପଡିଛି। ଏହି ସବୁ ଲୋକମାନେ ଚୀନ, ଉହ୍ୱାନ ଯାଇଥିବା କାରଣରୁ ଏହି ଯାଞ୍ଚ କରାଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ସମସ୍ତ ନୀତିନିୟମ ଅନୁଯାଇ ଆଇଟିବି କେନ୍ଦ୍ରରୁ ଆଜି ଅପରାହ୍ନରୁ ଏମାନଙ୍କୁ ଛାଡି ଦିଆଯିବ। ଏହି ସମୁଦାୟରେ ଥିବା ସାତଜଣ ମାଲଦ୍ୱୀପ ନାଗରିକ ଚଳିତମାସ ପହିଲା ଏବଂ ଦୁଇ ତାରିଖରେ ଆଇଟିବି କେନ୍ଦ୍ରରେ ସାହାଯ୍ୟ ନେଇଥିଲେ। ଏମାନଙ୍କ ମଧ୍ୟରେ ସାତଜଣ ପିଲା ଥିବାବେଳେ ଜଣେ ଶିଶୁ ମଧ୍ୟ ରହିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ୬୦ଜଣଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କଠାରେ ଏହି ଭୂତାଣୁ ନଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ଅନ୍ୟ ୧୦ଜଣଙ୍କୁ ସବିଶେଷ ସ୍ୱାସ୍ଥ୍ୟ ରିପୋର୍ଟ ମିଳିବା ପରେ ଛାଡ଼ି ଦିଆଯିବ। ଜାନୁଆରୀ ୧୮ ତାରିଖଠାରୁ ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଚୀନର ଉହାନରୁ ଆସିଥିବା ୩୬ ହଜାର ୨୮ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories