www.samajalive.in
Friday, December 12, 2025
14.1 C
Bhubaneswar

ଅଳ୍ପକେ ଟଳିଲା ଆଉ ଏକ ରେଳ ଦୁର୍ଘଟଣା: ଫାଟକ ଓ ଧାରଣା ମଝିରେ ଫସିଥିଲା ଟ୍ରାକ୍ଟର, ଆସିଲା ରାଜଧାନୀ ଏକ୍ସପ୍ରେସ

ରାଞ୍ଚି: ବାହାନଗା ରେଳ ଦୁର୍ଘଟଣାର ଭୟାବହତା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଅଳ୍ପକେ ଟଳିଛି ଆଉ ଏକ ରେଳ ଦୁର୍ଘଟଣା।  ଝାଡ଼ଖଣ୍ଡର ବୋକାରୋ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ(ଟ୍ରେନ୍‌ ସଂଖ୍ୟା ୨୨୮୧୨) ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଛି। ରେଳ ଅଧିକାରୀଙ୍କ କହିବାନୁଯାୟୀ, ଭୋଜୁଡିହ ରେଳ ଷ୍ଟେସନ ନିକଟ ସନ୍ଥାଲଡିହ ରେଳ କ୍ରସିଂରେ ଏକ ଟ୍ରାକ୍ଟର ରେଳ ଧାରଣା ଏବଂ ଫାଟକ ମଝିରେ ଫସି ରହିଥିଲା। ଠିକ୍‌ ଏହି ସମୟରେ ସେହି ରେଳ ପଥରେ ଆସିଥିଲା ରାଜଧାନୀ ଏକ୍ସପ୍ରେସ। କିନ୍ତୁ ଲୋକୋପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।

ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ (ଆଡ୍ରା ଡିଭିଜନ୍) ଡିଆରଏମ୍ ମନୀଷ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ବୋକାରୋ ଜିଲ୍ଲାର ଭୋଜୁଡିହ ରେଳ ଷ୍ଟେସନ ନିକଟ ସନ୍ଥାଲଡିହ ରେଳ କ୍ରସିଂରେ ଏକ ଟ୍ରାକ୍ଟର ରେଳ ଧାରଣା ଏବଂ ଫାଟକ ମଧ୍ୟରେ ଫସି ଯାଇଥିଲା। ମାତ୍ର ଲୋକୋପାଇଲଟ୍‌ ଉଚିତ ସମୟରେ ବ୍ରେକ୍‌ ଲଗାଇଥିଲେ ଓ ଟ୍ରେନ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଅପରପକ୍ଷେ, ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

- Advertisement -

ମନୀଷ କୁମାର କହିଛନ୍ତି, ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିଲା ଏବଂ ଏହି କାରଣରୁ ଟ୍ରେନ୍‌ ୪୫ ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଥିଲା। ଟ୍ରାକ୍ଟରକୁ ଜବତ କରାଯାଇଛି ଓ ସମ୍ପୃକ୍ତ ଥାନାରେ ଏତଲା ଦିଆଯାଇଛି। ଏଥିସହ ଗେଟ୍ ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଥିବା ସେ କହିଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories