www.samajalive.in
Monday, December 15, 2025
15.1 C
Bhubaneswar

ଅଳ୍ପକେ ଟଳିଲା ଆଉ ଏକ ରେଳ ଦୁର୍ଘଟଣା: ଫାଟକ ଓ ଧାରଣା ମଝିରେ ଫସିଥିଲା ଟ୍ରାକ୍ଟର, ଆସିଲା ରାଜଧାନୀ ଏକ୍ସପ୍ରେସ

ରାଞ୍ଚି: ବାହାନଗା ରେଳ ଦୁର୍ଘଟଣାର ଭୟାବହତା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଅଳ୍ପକେ ଟଳିଛି ଆଉ ଏକ ରେଳ ଦୁର୍ଘଟଣା।  ଝାଡ଼ଖଣ୍ଡର ବୋକାରୋ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ(ଟ୍ରେନ୍‌ ସଂଖ୍ୟା ୨୨୮୧୨) ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଛି। ରେଳ ଅଧିକାରୀଙ୍କ କହିବାନୁଯାୟୀ, ଭୋଜୁଡିହ ରେଳ ଷ୍ଟେସନ ନିକଟ ସନ୍ଥାଲଡିହ ରେଳ କ୍ରସିଂରେ ଏକ ଟ୍ରାକ୍ଟର ରେଳ ଧାରଣା ଏବଂ ଫାଟକ ମଝିରେ ଫସି ରହିଥିଲା। ଠିକ୍‌ ଏହି ସମୟରେ ସେହି ରେଳ ପଥରେ ଆସିଥିଲା ରାଜଧାନୀ ଏକ୍ସପ୍ରେସ। କିନ୍ତୁ ଲୋକୋପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି।

ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ (ଆଡ୍ରା ଡିଭିଜନ୍) ଡିଆରଏମ୍ ମନୀଷ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ବୋକାରୋ ଜିଲ୍ଲାର ଭୋଜୁଡିହ ରେଳ ଷ୍ଟେସନ ନିକଟ ସନ୍ଥାଲଡିହ ରେଳ କ୍ରସିଂରେ ଏକ ଟ୍ରାକ୍ଟର ରେଳ ଧାରଣା ଏବଂ ଫାଟକ ମଧ୍ୟରେ ଫସି ଯାଇଥିଲା। ମାତ୍ର ଲୋକୋପାଇଲଟ୍‌ ଉଚିତ ସମୟରେ ବ୍ରେକ୍‌ ଲଗାଇଥିଲେ ଓ ଟ୍ରେନ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଅପରପକ୍ଷେ, ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

- Advertisement -

ମନୀଷ କୁମାର କହିଛନ୍ତି, ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘଟିଥିଲା ଏବଂ ଏହି କାରଣରୁ ଟ୍ରେନ୍‌ ୪୫ ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଥିଲା। ଟ୍ରାକ୍ଟରକୁ ଜବତ କରାଯାଇଛି ଓ ସମ୍ପୃକ୍ତ ଥାନାରେ ଏତଲା ଦିଆଯାଇଛି। ଏଥିସହ ଗେଟ୍ ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଥିବା ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories