୧୭ ମାଓବାଦୀ ନିହତ

0

ନାଗପୁର : ମହାରାଷ୍ଟ୍ର ବିଦର୍ଭ ଅଧୀନ ଗାଡ଼ଚିରୋଲି ଜିଲାରେ ରବିବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୧୭ ସନ୍ଦୀଗ୍ଧ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ବହାମରାଗଡ଼ ତହସିଲ ତାଡ଼ଗାଓଁ ଥାନା ଅଧୀନ ବୋରିଆ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ବୋରିଆ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସି-୬୦ କମାଣ୍ଡୋର ଦୁଇ ୟୁନିଟକୁ ସେଠାକୁ ପଠାଯାଇଥିଲା । ଯବାନମାନେ ଜଙ୍ଗଲ ମଧ୍ୟରେ ତଲାସୀ ଅଭିଯାନ ଚଳାଇଥିବାବେଳେ ରବିବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ଘଟିଥିଲା । କମାଣ୍ଡୋ ମାଓବାଦୀଙ୍କୁ ଚାରି ପଟୁ ଘେରିଯାଇଥିଲେ ଓ ଖସିଯିବାକୁ ସୁଯୋଗ ଦେଇନଥିଲେ । ଏହି ଏନକାଉଣ୍ଟରରେ ୧୭ ମାଓବାଦୀ ନିହତ ହୋଇଛନ୍ତି ବୋଲି ଗାଡଚିରୋଲି ଅତିରିକ୍ତ ଏସ୍‌ପି ଏ ରାଜା ପ୍ରକାଶ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଅଛନ୍ତି । ସେଠାରୁ ଅନେକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Leave A Reply