www.samajalive.in
Saturday, December 6, 2025
16.1 C
Bhubaneswar

ଆସିଲା ପଙ୍କଜ ତ୍ରିପାଠୀଙ୍କ ‘ମେଁ ଅଟଲ ହୁଁ’ ଟ୍ରେଲର: ଲୋକେ କହିଲେ- ମାଷ୍ଟରପିସ୍‌

ମୁମ୍ବଇ: ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀ ଦେଶର ଅନ୍ୟତମ ପ୍ରିୟ ନେତା। ତାଙ୍କ ଜୀବନ ଯାତ୍ରା କୌଣସି ପ୍ରେରଣାଠାରୁ କମ୍ ନୁହେଁ। ଆଉ ଏବେ ଏହି ଜୀବନ ଯାତ୍ରାକୁ ନେଇ ବଡ଼ ପରଦାକୁ ଆସିବାକୁ ଯାଉଛି ପଙ୍କଜ ତ୍ରିପାଠୀଙ୍କ ଚଳଚ୍ଚିତ୍ର ‘ମେଁ ଅଟଲ ହୁଁ’, ଯାହାର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ପ୍ରଶଂସକମାନେ ଏହାକୁ ମାଷ୍ଟରପିସ୍‌ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ପୁଣି ଥରେ ପଙ୍କଜ ତ୍ରିପାଠୀଙ୍କ ଜୀବନ୍ତ ଅଭିନୟ ଲୋକଙ୍କୁ ବିମୋହିତ କରିଛି।

କିଛି ଘଣ୍ଟା ପୂର୍ବରୁ ‘ମେଁ ଅଟଲ ହୁଁ’ର ଟ୍ରେଲର ରିଲିଜ୍ ହୋଇଛି। ପଙ୍କଜ ତ୍ରିପାଠୀ ଏହାକୁ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ‘‘ଯେଉଁ ନେତାଙ୍କୁ ଆପଣ ଜାଣିଛନ୍ତି, ସେହି ମଣିଷ ଯାହାକୁ ଆପଣ ଜାଣି ନାହାନ୍ତି। ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସାଧାରଣ ଜୀବନର ଏକ ଝଲକ୍‌ ପ୍ରସ୍ତୁତ। ‘ମେଁ ଅଟଲ ହୁଁ’ର ଟ୍ରେଲର ଏବେ ଆସିଯାଇଛି! ୨୦୨୪, ଜାନୁଆରୀ ୧୯ରେ ପ୍ରେକ୍ଷାଳୟରେ ଦେଖନ୍ତୁ।’’

- Advertisement -

ଏହି ଟ୍ରେଲର ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, ରବି ଯାଦବଙ୍କ ନିର୍ଦ୍ଦେଶନା ଏକ ସିନେମାଟିକ୍ ମାଷ୍ଟରପିସ୍। ସେ କୌଶଳପୂର୍ବକ ଅଟଳ ବିହାରୀ ବାଜପେୟୀଙ୍କ କାହାଣୀକୁ ଶାଳୀନତା ଏବଂ ସତ୍ୟତା ସହିତ ଜୀବନ୍ତ କରିଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘‘ଏହା ଏକ ଚଳଚ୍ଚିତ୍ର ନୁହେଁ ବରଂ ଅଟଳ ଜୀଙ୍କ ପ୍ରତି ପ୍ରକୃତ ସମ୍ମାନ। ମୁଁ ପଙ୍କଜ ଜୀ ଏବଂ ତାଙ୍କ ସମ୍ପୂର୍ଣ୍ଣ ଟିମ୍‌କୁ ହୃଦୟରୁ ଧନ୍ୟବାଦ ଦେଉଛି। ଜୟ ହିନ୍ଦ୍, ଜୟ ଭାରତ।’’

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories