www.samajalive.in
Saturday, December 6, 2025
23.1 C
Bhubaneswar

ପନିର୍‌‌ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର; ଦେଖନ୍ତୁ ଭିଡିଓ ..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିିଡିଆରେ ଏପରି କେତେକ ଭିଡିଓ ଭାଇରାଲ ହୋଇଥାଏ,ଯାହାକୁ ଦେଖି ଲୋକେ ଚକିତ ହୋଇଥାଆନ୍ତି। ନିକଟରେ ଏଭଳି ଏକ ଭିଡିଓ ବେଶ ଭାଇରାଲ ହେଉଛି। ଭୋଜି ମାନଙ୍କରେ ଶାକାହାରୀ ଭୋଜନ ମଧ୍ୟରେ ପନିର୍‌‌ ବ୍ୟଞ୍ଜନ ନିଶ୍ଚୟ ରହିଥାଏ। ତେବେ ପନିର୍‌‌ ପାଇଁ ବିବାହ ଭୋଜି ପାଲଟିଛି ରଣକ୍ଷେତ୍ର। ଆଜ୍ଞା ହଁ କଥାଟା ଶୁଣିବାକୁ କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ବିବାହ ଚାଲି ଥିବା ସମୟରେ ଅତିଥି ଆସି ଭୋଜି ଖାଉଥିଲେ। ଏହା ମଧ୍ୟରେ ହଠାତ୍‌‌ ବର ଓ କନ୍ୟା ପକ୍ଷ ମୁହାଁମୁହିଁ ହେବା ସହ ଝଗଡା କରିବା ଆରମ୍ଭ କରିଥିଲେ।


ବିବାହ ଭୋଜି ଚାଲିଥିବା ସମୟରେ ମଟର ପନିର୍‌‌ ତରକାରୀରେ ପନିର୍‌‌ ନଥିବାରୁ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ତରକାରୀରେ ପନିର୍‌‌ ନଥିବାରୁ ଉଭୟ ବର ଓ କନ୍ୟା ପକ୍ଷ ଖୁବ୍‌‌ ଜୋର୍‌‌ରେ ମାଡ୍‌‌ପିଟ୍‌‌ ହୋଇଛନ୍ତି। ପରସ୍ପରକୁ ମୁଥା, ଗୋଇଠା,ଚାପୁଡା ଆଦି ମାରିବା ସହ ଚେୟାର ଫିଙ୍ଗି ଥିଲେ। ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ପନିର୍‌‌ ପାଇଁ ଏଭଳି ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣା କେଉଁ ସ୍ଥାନର ଜଣାପଡିନଥିବା ବେଳେ ଏହି ଭିଡିଓକୁ ଲକ୍ଷାଧିକ ଲୋକେ ଦେଖି ସାରିଲେଣି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories