www.samajalive.in
Saturday, December 6, 2025
23.1 C
Bhubaneswar

ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’ – ପରିବହନ ମନ୍ତ୍ରୀ

ଭୁବନେଶ୍ୱର : ଏଣିକି ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’। ରାତି ଅନିଦ୍ରା ହେଉଥିବା ଟ୍ରକ ଚାଳକଙ୍କୁ ରାସ୍ତା କଡରେ ଥିବା ଦୋକାନ ଓ ଢାବାରେ ମିଳିବ ମାଗଣା ଚା’। ଏନେଇ ଗୁରୁବାର ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପକ୍ଷରୁ ସୂଚନା ମିଳିଛି। ମନ୍ତ୍ରୀ କହିଛନ୍ତି, ସଡକ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ପକ୍ଷରୁ ଏହି ଅଭିନବ ପ୍ରୟାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିଦ ଛଡାଇବା ପାଇଁ ଚାଳକ ମାନେ ଚା’ ପିଇବା ସହ ହୋଟେଲ ଓ ଢାବାରେ ଆଶ୍ରୟ ନେଇ ପାରିବେ। ଚା’ ବାବଦକୁ ଖର୍ଚ୍ଚ ସରକାର ବହନ କରିବେ। ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି। ଏହାକୁ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories