www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀ ପୁଲିସ ନୁହେଁ, ଏଣିକି ସିଆଇଏସଏଫ ହାତରେ ସଂସଦ ସୁରକ୍ଷା ଦାୟିତ୍ବ

ନୂଆଦିଲ୍ଲୀ: ସଂସଦ ଭବନ ପରିସରର ସୁରକ୍ଷା ଦାୟିତ୍ବ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସ୍‌ଏଫ)କୁ ହସ୍ତାନ୍ତର କରାଯାଇଛି। ଗତ ୧୩ ତାରିଖରେ ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦିଲ୍ଲୀ ପୁଲିସ ସଂସଦ ଭବନର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ବେଳେ ଏଣିକି ଏହି ଦାୟିତ୍ବ ସିଆଇଏସ୍‌ଏଫ ବହନ କରିବ। ତଦନ୍ତ କମିଟିର ସୁପାରିଶ ପରେ ବର୍ତ୍ତମାନ ସଂସଦର ସୁରକ୍ଷା ଦାୟିତ୍ବ ସିଆଇଏସ୍‌ଏଫକୁ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ସୁରକ୍ଷା ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସିଆଇଏସ୍‌ଏଫ ସଂସଦ ଭବନ ପରିସରର ସର୍ବେକ୍ଷଣ ମଧ୍ୟ କରିବ। ସଂସଦ ଭବନ ପରିସର ସର୍ଭେ କରିବାକୁ ଗୃହ ମନ୍ତ୍ରଣାଳୟ ସିଆଇଏସ୍‌ଏଫକୁ ନିର୍ଦେଶ ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories