କମିବ ଶୀତ! ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ଦିନକ ପରେ କମିବ ଶୀତ। ବଢିବ କୁହୁଡି। ରାଜ୍ୟରେ ଡିସେମ୍ବର ୨୨ ପର ଠାରୁ ଶୀତ କମିବା ସହ କୁହୁଡି ବଢିବ। ଏନେଇ ଗୁରୁବାର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ପକ୍ଷରୁ ସୂଚନା ମିଳିଛି। ଦୀର୍ଘ ଏକ ସପ୍ତାହ ଧରି ଲାଗି ରହିଥିବା ଶୀତର ପ୍ରକୋପ ଡିସେମ୍ବର ୨୨ ଯାଏଁ ରହିବ। ଡିସେମ୍ବର ୨୩ ଓ ୨୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲାରେ କୁହୁଡି ଅଧିକ ମାତ୍ରାରେ ରହିବ। ଘନ କୁହୁଡି ପାଇଁ ୨୩ ଓ ୨୪ରେ ୧୮ଟି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.