www.samajalive.in
Monday, December 15, 2025
17.1 C
Bhubaneswar

ନାବାଳିକା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଯୋଡା: ଆଜାଦବସ୍ତି ପଣସଗୋଡା ପଡିଆରେ ଗତ ସୋମବାର ବିଳମ୍ବିତ ରାତିରେ ସଂଗଠିତ ନାବାଳିକା ଗଣବଳତ୍କାର ଘଟଣାରେ ବୁଧବାର ଯୋଡା ପୁଲିସ ୬ ଜଣ ନାବାଳକଙ୍କୁ ଗିରଫ କରିଥିବା ସମୟରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା। ତେବେ ଗୁରୁବାର ଫେରାର ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଖବର ମିଳିଛି। ଫେରାର ଅଭିଯୁକ୍ତ ଜଣକ ହେଲେ ଯୋଡା ଥାନା ଆଜାଦବସ୍ତି ଅଞ୍ଚଳର ଅଜିତ ମିଶ୍ର ଓରଫ ମୁନା (୩୩)। ଅଭିଯୁକ୍ତର ଡାକ୍ତରୀମାଇନା ପରେ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଘଟଣାର ତଦନ୍ତ ଅଧିକାରୀ ଏସଆଇ ସୁନୀଲ କୁମାର ସୋରେନ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଜୁନ ୨୪ ତାରିଖ ସୋମବାର ମଧ୍ୟରାତ୍ର ସମୟରେ ଜୈନିକା ନାବାଳିକା ତାର ନାବାଳକ ବନ୍ଧୁଙ୍କ ସହ ପଣଶଗୋଡା ପଡିଆରେ ଏକାନ୍ତରେ ବସି କଥାବାର୍ତ୍ତା ହେଉଥିବା ବେଳେ ପ୍ରାୟ ୭ ରୁ ୮ ଜଣ ଅସାମାଜିକ ଯୁବକ ଏମାନଙ୍କ ପାଖରେ ପହଞ୍ଚି ବିଭିନ୍ନ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ ସମେତ ଧମକଚମକ ଦେଇଥିଲେ। ଏମାନଙ୍କ ପରିଚୟ ଜାଣିବା ବାହାନାରେ ପୀଡିତାର ନାବାଳକ ବନ୍ଧୁ ଜଣଙ୍କୁ ତାଙ୍କ ସମ୍ପର୍କୀୟ ମାମୁଁଙ୍କ ଘରକୁ ଡାକିବା ନିମନ୍ତେ ପଠାଇ ଦେଇ ନାବାଳିକା ଜଣକୁ ଟେକିନେଇ ଏକ ନିଚ୍ଛାଟିଆ ବୁଦାରେ ଜଣକ ପରେ ଜଣେ ବଳତ୍କାର କରି ଫେରାର ହୋଇଯାଇଥିଲେ। ମାମୁଁଙ୍କୁ ସାଥୀରେ ଧରି ପୀଡିତାର ପୁରୁଷ ବନ୍ଧୁ ଜଣଙ୍କ ଘଟଣାସ୍ଥଳରେ ପହଞ୍ଚି ପୀଡିତାକୁ ନପାଇ ଏଣେତେଣେ ଖୋଜାଖୋଜି କରିଥିଲେ। ତେବେ ମଙ୍ଗଳବାର ବଡିଭୋର ସମୟରେ ପଣଶଗୋଡା ପଡିଆ ସନ୍ନିକଟ ବୁଦାରୁ ସଜ୍ଞାହୀନ ଅର୍ଦ୍ଧନଗ୍ନ ଅବସ୍ଥାରେ ପିଡୀତାକୁ ଉଦ୍ଧାର କରାଯାଇ ଟାଟାଷ୍ଟିଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୬ନାବାଳକ ସମେତ ୭ ଜଣଙ୍କୁ ଏଯାବତ ଗିରଫ କରାଯାଇଥିବା ସମୟରେ ସମ୍ପୃକ୍ତ ଘଟଣା ସହ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବାର ଘଟଣାର ତତ୍ତ୍ୱାବଧାନ ଦାୟିତ୍ୱରେ ଥିବା ବଡବିଲ ଏସଡିପିଓ ଦିଲ୍ଲୀପ ବାଗ୍‍ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories