www.samajalive.in
Tuesday, December 9, 2025
16.1 C
Bhubaneswar

ମହାଶିବରାତ୍ରୀ ; ଏହି ୫ଟି କାର୍ଯ୍ୟ କଲେ ବର୍ଷଯାକ ରହିବନି ଧନର ଅଭାବ..

ମହାଶିବରାତ୍ରୀ ପବିତ୍ର ପର୍ବରେ ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଛି। ମହାଶିବରାତ୍ରୀ ଦିନ ରାତିରେ ଏପରି କେତେକ କାର୍ଯ୍ୟ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ବର୍ଷଯାକ ଧନର ଅଭାବ ଦୂର ହୋଇଥାଏ। ମହାଶିବରାତ୍ରୀରେ ଭଗବାନ ଶିବଙ୍କ ବିଧିବିଧାନରେ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ। କୁହାଯାଏ ମହାଶିବରାତ୍ରୀ ଦିନ ରାତି ଖୁବ୍‌‌ ଶୁଭଙ୍କର। ଏହି ସମୟରେ କିଛି ବିଶେଷ ଉପାୟ କରିବା ଦ୍ୱାରା ବର୍ଷଯାକ ଧନର ଅଭାବ ଦୂର ହୋଇଥାଏ।
ମହାଶିବରାତ୍ରୀ ଦିନ ରାତ୍ରି ସମୟରେ ଶିବଶଙ୍କରଙ୍କୁ ଶମି ପତ୍ର କିମ୍ବା ରୁଦ୍ରାକ୍ଷ ଅର୍ପଣ କରନ୍ତୁ। ଏହି ଉପାୟ କରିବା ଦ୍ୱାରା ବର୍ଷଯାକ ଆର୍ଥିକ ସମସ୍ୟା ଦୂର ହେବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହେବ ନାହିଁ। ଧନର ଆଗମନ ହେବ।
ଚାକିରି ଓ ବ୍ୟବସାୟ ସହ ଜଡିତ ସମସ୍ୟାକୁ ଦୂର କରିବା ପାଇଁ ମହାଶିବରାତ୍ରୀ ରାତିରେ ଶିବ ମନ୍ଦିରରେ ୧୧ଟି ଦୀପ ଲଗାନ୍ତୁ। ଏହାପରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ଘରକୁ ଏକ ପାରଦର ଶିବଲିଙ୍ଗ ଆଣନ୍ତୁ। ଏହା ଆଙ୍ଗୁଠିରୁ ଛୋଟ ହେବା ଉଚିତ୍‌‌।
ଏହି ଶିବଲିଙ୍ଗରେ କ୍ଷୀର, କେସର, ବେଲପତ୍ର, ଦୁଦୁରାଫୁଲ ଅର୍ପଣ କରନ୍ତୁା
ମହାଶିବରାତ୍ରୀ ଦିନ ସନ୍ଧ୍ୟା ପୂଜା ପରେ ଅସହାୟଙ୍କୁ ଖାଦ୍ୟ ଓ ସଧବା ମହିଳାଙ୍କୁ ଶଙ୍ଖାସିନ୍ଦୂର, ଅଳତା, ଟିକିଲି ଆଦି ଦିଅନ୍ତୁ। ଏହାଦ୍ୱାରା ପତି ଦୀର୍ଘାୟୁ ହୋଇଥାଆନ୍ତି।
ମହାଶିବରାତ୍ରୀରେ ରାତି ସାରା ଉଜାଗର ରଖିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ରାତିରେ ଶିବ ସହସ୍ରନାମର ପାଠ କରନ୍ତୁ। କିମ୍ବା ଶିବ ବିବାହ ଓ ଶିବ ପୁରାଣ ପାଠ କରନ୍ତୁ କିମ୍ବା ଶୁଣନ୍ତୁ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories