www.samajalive.in
Sunday, December 7, 2025
26.1 C
Bhubaneswar

ମହାଶିବରାତ୍ରୀ : ଏହି ସବୁ ମନ୍ତ୍ର ଜପ କଲେ ମିଳେ କି କି ଲାଭ..

ଚଳିତ ବର୍ଷ ମାର୍ଚ୍ଚ ୮ରେ ମହାଶିବରାତ୍ରୀ। ହିନ୍ଦୁ ଧର୍ମରେ ଏହାର ଅନେକ ମହତ୍ତ୍ୱ ରହିଛି। ମହାଶିବରାତ୍ରୀ ଦିନ ଭକ୍ତ ବ୍ରତ ପାଳନ କରିବା ସହ ବିଧି ବିଧାନରେ ପୂଜା କରି ଥାଆନ୍ତି। ହିନ୍ଦୁ ଧର୍ମରେ ମହାଦେବଙ୍କୁ କଲ୍ୟାଣର ଦେବତା ବୋଲି କୁହାଯାଏ। କୁହାଯାଏ ପ୍ରଭୁ ଶଙ୍କର ଗୋଟିଏ ବେଲପତ୍ରରେ ଓ ଏକ ଲୋଟା ଜଳରେ ସନ୍ତୁଷ୍ଟ ହୋଇ ଯାଆନ୍ତି। ଭକ୍ତଙ୍କ ମନସ୍କାମନା ପୂରଣ କରି ଥାଆନ୍ତି। ପ୍ରଭୁଙ୍କ କୃପା ପ୍ରାପ୍ତି ପାଇଁ ମହାଶିବରାତ୍ରୀ ଦିନ କିଛି ବିଶେଷ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ। ଏହି ମନ୍ତ୍ରର ଜପ କରିବା ଦ୍ୱାରା ଭୋଳା ଶଙ୍କର ପ୍ରସନ୍ନ ହୋଇ ସୁଖସମୃଦ୍ଧିର ଆଶୀର୍ବାଦ ଦେଇଥାଆନ୍ତି। ଜାଣନ୍ତୁ..
ଓଁ ନମଃ ଶିବାୟ..
ପ୍ରଭୁଙ୍କର ଏହି ମନ୍ତ୍ର ବହୁତ ଚମତ୍କାରୀ ମନ୍ତ୍ର। ମହାଶିବରାତ୍ରୀ ଦିନ ଏହି ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା ଶରୀର ଓ ମସ୍ତିଷ୍କ ଶାନ୍ତ ରହିଥାଏ। ମହାଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ..
ଓଁ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍
ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍

ଏହା ମହାମୃତ୍ୟୁଞ୍ଜୟ ମନ୍ତ୍ର। ଏହି ମନ୍ତ୍ରକୁ ସବୁଠାରୁ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ଆମେ ସେହି ତ୍ରି ନେତ୍ରକୁ ପୂଜା କରୁଛୁ, ଯାହା ସୁଗନ୍ଧିତ ଓ ସମସ୍ତଙ୍କର ପୋଷଣ କର୍ତ୍ତା ।

- Advertisement -

ଓଁ ନମୋ ଭଗବତେ ରୁଦ୍ରାୟ ନମଃ ..
ପ୍ରଭୁଙ୍କର ଏହି ମନ୍ତ୍ରକୁ ରୁଦ୍ର ମନ୍ତ୍ର କୁହାଯାଏ। ମନସ୍କାମନା ପୂରଣ ପାଇଁ ଏହାର ଜପ ନିଶ୍ଚୟ ଜପ କରନ୍ତୁ।

ଶିବ ଗାୟତ୍ରୀ ମନ୍ତ୍ର
ଓଁ ତତ୍ପୁରୁଷାୟ ବିଦ୍ମହିଃ ମହାଦେବାୟ ଧିମହିଃ ତନ୍ନୋ ରୁଦ୍ର ପ୍ରଚୋଦୟାତ୍’

ମହାଶିବରାତ୍ରୀରେ ଏହି ମନ୍ତ୍ରର ନିଶ୍ଚୟ ଜପ କରନ୍ତୁ। ଏହା ଶିବ ଗାୟତ୍ରୀ ମନ୍ତ୍ର। ଏହାକୁ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ। ଏହି ମନ୍ତ୍ର ଦ୍ୱାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories