www.samajalive.in
Monday, December 15, 2025
15.1 C
Bhubaneswar

ବର୍ଦ୍ଧମାନ ରାଜ ପରିବାର ବୋହୂ ହେଲେ ପୁରୀ ରାଜକୁମାରୀ

ପୁରୀ : ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି ପୁରୀ ରାଜକୁମାରୀ ଦେବେଶୀ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚତୁର୍ଥ କନ୍ୟା ଦେବେଶୀଙ୍କ ବିବାହ ବୁଧବାର ରାଜକୀୟ ରୀତିନୀତି ଅନୁଯାୟୀ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି। ବରଯାତ୍ରୀଙ୍କୁ ଶୁଦ୍ଧ ଶାକାହାରୀ ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିଛନ୍ତି ଗଜପତି ମହାରାଜା। କୋଭିଡ କଟକଣା ସହ ସୀମିତ ସଂଖ୍ୟକ ନିମନ୍ତ୍ରିତ ଅତିଥିଙ୍କୁ ନେଇ ବର୍ଣ୍ଣାଢ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ସେଥିରେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ପାଟଣାଗଡ ରାଜା କନକ ବର୍ଦ୍ଧନ ସିଂହଦେଓ, ଆଳି ରାଜା ପ୍ରତାପ ଦେଓ, କଳାହାଣ୍ଡି ରାଜା ଅର୍କେଶ ଦେଓ, ଦେବଗଡ ବାମଣ୍ଡା ରାଜା ନୀତୀଶ ଗଙ୍ଗଦେବ ଏବଂ ଖଣ୍ଡପଡା ରାଜା ସିଦ୍ଧାର୍ଥ ଶେଖର ମର୍ଦ୍ଦରାଜ ଯୋଗ ଦେଇଥିଲେ।

ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେର ଓ ପୁରୀ ରାଜକୁମାରୀ ଦେବେଶୀ

ଶଙ୍ଖ, ମହୁରୀ ଏବଂ ବୀରବାଦ୍ୟ ସହ ସନ୍ଧ୍ୟାରେ ଶୋଭାଯାତ୍ରାରେ ପହଞ୍ଚିଥିଲେ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେର। କନ୍ୟାପିତା ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଫୁଲ ଓ ଚନ୍ଦନ ଦେଇ ଜ୍ବାଇଁ ବରଣ କରିଥିଲେ। ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ପୁରୀର ପାରମ୍ପରିକ ନାଗା, ମେଢ ଏବଂ ରାବଣ ନୃତ୍ୟ ସମେତ ଗୋଟିପୁଅ ଏବଂ ବନାଟି ପରିବେଷଣ କରାଯାଇଥିଲା। ଏହିସବୁ ନୃତ୍ୟ ଦେଖି ବରଯାତ୍ରୀ ବିଭୋର ହୋଇଥିଲେ।

- Advertisement -

ବିବାହ ପୂର୍ବରୁ ଗଜପତିଙ୍କ ଦ୍ବାରା ଅଧିବାସ, ପଞ୍ଚକର୍ମ ଏବଂ ଗୌରୀପୂଜା କରାଯାଇଥିଲା। ତିନିଦିନ ଧରି ଭୁବନେଶ୍ବରର ତାରକା ହୋଟେଲରେ ରାଜକୁମାରୀଙ୍କ ହଳଦୀ ଏବଂ ମେହେନ୍ଦି ସମେତ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ବିବାହ ଶେଷହେବା ପରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଏବଂ ମହାରାଣୀ ଝିଅଜ୍ବାଇଁଙ୍କୁ ଆଶୀର୍ବାଦ କରିବା ସହ ବିଦାୟ ଦେଇଛନ୍ତି।

ପୁରୀ ଶ୍ରୀନଅରରେ ରାତିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ କର୍ମକର୍ତ୍ତା ଏବଂ ବରିଷ୍ଠ ସେବାୟତଙ୍କୁ ମହାପ୍ରସାଦରେ ଆପ୍ୟାୟିତ କରାଯାଇଛି। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ଦେବେଶୀ ଜଣେ ଉଚ୍ଚଶିକ୍ଷିତା ଏବଂ ଜ୍ବାଇଁ ଆଦିତ୍ୟଙ୍କର ବଡ଼ ବ୍ୟବସାୟ ରହିଥିବା ଜଣାପଡିଛି। ଆଦିତ୍ୟଙ୍କ ଘର ହରିୟାଣା ଗୁରୁଗ୍ରାମରେ ବୋଲି ଜଣାପଡିଛି। ତାଙ୍କ ପିତାଙ୍କ ନାମ ରାଜୀବ କେହେର। କରୋନା କଟକଣା ଯୋଗୁଁ କୌଣସି ମନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀଙ୍କୁ ରାଜକୁମାରୀଙ୍କ ବିବାହକୁ ନିମନ୍ତ୍ରଣ କରାଯାଇ ନଥିଲା। ରାଜକୁମାରୀ ଦେବେଶୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅତିଥିମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories