www.samajalive.in
Sunday, December 14, 2025
26.1 C
Bhubaneswar

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ ବିଜେତା ଦଳକୁ ସମ୍ବର୍ଦ୍ଧନା

ଅହମ୍ମଦାବାଦ୍‌  : ୱେଷ୍ଟଇଣ୍ଡିଜ୍‌ରେ ଆୟୋଜିତ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳ ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଦିନିକିଆ ମ୍ୟାଚକୁ ଉପଭୋଗ କରିଥିଲେ । ଖେଳାଳିମାନଙ୍କ ସମେତ ମୁଖ୍ୟ ପ୍ରଶିକ୍ଷକ ହୃଷିକେଶ କାନିତକର, ଜାତୀୟ କ୍ରିକେଟ ଏକାଡ଼େମୀ ନିର୍ଦେଶକ ଭିଭିଏସ୍‌ ଲକ୍ଷ୍ମଣଙ୍କ ସମେତ ଅନ୍ୟ ସଦସ୍ୟ ଓ ଖେଳାଳିମାନେ ଷ୍ଟାଡ଼ିୟମରେ ବସି ମ୍ୟାଚ ଉପଭୋଗ କରିଥିଲେ। ଏହି ଅବସରରେ‌େ‌ ବିସିସିଆଇ ପକ୍ଷରୁ ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଇନିଂସ ଖେଳ ଶେଷ ହେବା ପରେ ମଧ୍ୟାହ୍ନ ବିରତି ସମୟରେ ଖେଳାଳି ଓ ଦଳର ସହଯୋଗୀ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିସିସିଆଇ ସମ୍ପାଦକ ଜୟ ଶାହ ଉପସ୍ଥିତ ଥିଲେ। ୟଶ ଧୁଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଫାଇନାଲରେ ୱେଷ୍ଟଇଣ୍ଡିଜ୍‌କୁ ୪ ୱିକେଟରେ ପରାସ୍ତ କରି ରେକର୍ଡ ପଞ୍ଚମ ଥର ପାଇଁ ବିଜେତା ହୋଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories