www.samajalive.in
Saturday, December 13, 2025
23.1 C
Bhubaneswar

ମାହାଙ୍ଗାରେ ତେଜୁଛି ରାଜନୈତିକ ଶତ୍ରୁତା, ଆକ୍ରମଣରେ ଦଳିତ ପରିବାରର ୨ ଗୁରୁତର

କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର ନୃତାଙ୍ଗରେ କୁଳମଣି ଓ ତାଙ୍କ ସହଯୋଗୀଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପ୍ରଶମିତ ହୋଇ ନ ଥିବା ବେଳେ, ପୋଡାମରାଇ ପଂଚାୟତ ସିନ୍ଧୁପୁର ଗ୍ରାମରେ ପୁଣି ରାଜନୈତିକ ଶତ୍ରୁତାକୁ ନେଇ ଜଣେ ଦଳିତ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଜଣେ ବିଜେଡି କର୍ମୀଙ୍କ ସହ ତାଙ୍କ ପୁଅ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରାଜନୈତିକ ପୂର୍ବ ଶତ୍ରୁତାକୁ ନେଇ ସିନ୍ଧୁପୁର ଗ୍ରାମର ଧୀରେନ୍ଦ୍ର ସେଠି ମଦ୍ୟପାନ କରି ବିଜେଡି କର୍ମୀ ରତ୍ନାକର ସେଠିଙ୍କ ଘର ସାମ୍ନାରେ ଆଜି ସନ୍ଧ୍ୟାରେ ଗାଳିଗୁଲଜ କରିଥିଲେ। ଏହାକୁ ରତ୍ନାକର ସେଠୀଙ୍କ ପତ୍ନୀ ବିରୋଧ କରିବାରୁ ମହେନ୍ଦ୍ର ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ରତ୍ନାକର ଓ ତାଙ୍କ ପୁତ୍ର ମଦନ ସୁନ୍ଦର ଆସି କାହିଁକି ଗାଳିଗୁଲଜ କରୁଛୁ ବୋଲି ପଚାରିବାରୁ ମହେନ୍ଦ୍ର ଏକ କୋଦାଳ ବେଣ୍ଟରେ ମରଣାନ୍ତକ ଆକ୍ରମଣ କରିଥିଲା। ଉଭୟ ବାପ ପୁଅଙ୍କୁ ମାହାଙ୍ଗା ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏନେଇ ରତ୍ନାକରଙ୍କ ପତ୍ନୀ ମାହାଙ୍ଗା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ଅପର ପକ୍ଷରେ ମହେନ୍ଦ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅନୁରୂପ ଅଭିଯୋଗ ହୋଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories