www.samajalive.in
Saturday, December 6, 2025
14.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ଘଟଣା : ଜେଲ ଗଲା ସପ୍ତମ ଅଭିଯୁକ୍ତ

କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ସିଧାସଳଖ ଦାୟୀ କରୁଛନ୍ତି। ସରକାରଙ୍କ ଗାଦି ଟଳମଳ କରିବା ପାଇଁ କଳବଳ କୌଶଳ ଲଗାଇଥିବା ବେଳେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ରହସ୍ୟ ଖୋଲିଛି ଗିରଫ ସପ୍ତମ ଅଭିଯୁକ୍ତ ଉମେଶ ଖଟୁଆ। ଉମେଶର ବୟାନ ନେଇ ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ଜୋରଦାର କରିଛି। ଅପରପକ୍ଷରେ ଉମେଶର ସୂଚନା ଆଧାରରେ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଛି।
ଶୁକ୍ରବାର ପୁଲିସ ଉମେଶକୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ ଓ ପୋଡ଼ିଦିଆଯାଇଥିବା ରକ୍ତଭିଜା ସାର୍ଟର ଅବିଶିଷ୍ଟାଂଶକୁ ଜବତ କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଉମେଶ ରାତାରାତି ତାହାର ଶ୍ୱଶୂର ଘରେ ଯାଇ ଲୁଚି ରହିବା ସହ ସକାଳୁ ରାଇରଙ୍ଗପୁର ଚାଲିଯାଇଥିଲା। ପୁଲିସ ମୁଖ୍ୟଅଭିଯୁକ୍ତ ପଞ୍ଚାନନ ଓ ସହଯୋଗୀ କୈଳାସଠାରୁ ତଥ୍ୟ ପାଇବା ପରେ ଉମେଶକୁ ରାଇରଙ୍ଗପୁର ବସଷ୍ଟାଣ୍ଡରୁ ଗିରଫ କରିଥିଲା। ଆଜି ଗିରଫ ଉମେଶ ହତ୍ୟାକାଣ୍ଡର ସମସ୍ତ ଘଟଣାବଳୀ ପୁଲିସକୁ କହିବା ସହ ଡେମୋ ଦେଖାଇଥିଲା। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସମ୍ପର୍କରେ ସେ ସୂଚନା ଦେଇଛି। ଶନିବାର ଅପରାହ୍ଣରେ ଉମେଶକୁ ପୁଲିସ ସାଲେପୁର ବିଚାର ବିଭାଗୀୟ ଅଦାଲତକୁ ପଠାଇଥିଲା। ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ସାଲେପୁର ଉପକାରାଗାର ପଠାଇ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories