www.samajalive.in
Saturday, December 6, 2025
15.1 C
Bhubaneswar

ରବିବାର ରାଶିଫଳ (୧୦/୦୧/୨୦୨୧)

ମେଷ: ପ୍ରତିହିଂସା ପରାୟଣ ହୋଇପାରନ୍ତି। ଅର୍ଥ ଟାଣ-ଟୁଣ ରହିପାରେ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ସତ୍‌ସଙ୍ଗୀ ହେବେ। ନିଜ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବୃଷ: ବହୁ ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ସହାୟତା ମିଳିବ। ଆନନ୍ଦ ଉପଭୋଗ କରିବେ।

ମିଥୁନ: ଶତ୍ରୁ ପରାଜିତ ହେବ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁ ସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି। ଭଲ ଆୟ ହେବ। ଋଣ ପରିଶୋଧ କରିପାରନ୍ତି।

କର୍କଟ: ଶାସ୍ତ୍ର ଅଧ୍ୟୟନରେ ମନଯୋଗୀ ହେ​ବେ। ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି। ଶୁଭ ସମାଚାର ପାଇ ପ୍ରଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଜନପ୍ରତିନିଧି ହେବେ।

ସିଂହ: ଶ୍ରମ ସାର୍ଥକ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବା ସହିତ ପ୍ରଭୂତ ସୁଖର ଅଧିକାରୀ ହୋଇପାରନ୍ତି। ସାମୟିକ ଭାବେ ହିଂସା ମାର୍ଗରେ ମନ ବଳିଲେ ବି ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପୁଣ୍ୟ ଓ ଧନକ୍ଷୟ ହେବାର ସୂଚନା ମିଳୁଛି।

କନ୍ୟା: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ଶାନ୍ତିର ପ୍ରାରମ୍ଭିକ ସୂଚନା ମିଳିବ। ସରକାର ସ୍ତରରୁ ଲାଭ ଉଠାଇବାକୁ ସମର୍ଥ ହେବେ। ବିବାଦରେ ବିଜୟୀ ହେବେ।

ତୁଳା: ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ଅନୁଚରଯୁକ୍ତ ହୋଇପାରନ୍ତି। ବଳବାନ୍‌ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ସ୍ବଅର୍ଜିତ ଧନଭୋଗ କରିବେ।

ବିଛା: ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ମହତ ହେବ।

ଧନୁ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଧର୍ମୀୟ କାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ କୁଣ୍ଠାବୋଧ କରିବେ ନାହିଁ। ପର ପାଇଁ ଜାମିନ୍‌ଦାର ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।

ମକର: ସୁସମ୍ବାଦ ଶୁଣି ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବେ।

କୁମ୍ଭ: ସୁସମ୍ବାଦ ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇ କୃତିତ୍ବ ଅର୍ଜନ କରିବେ।

ମୀନ: କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ ଶୁଣିବାକୁ ଆଗ୍ରହୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟଶାଳୀ ହେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories