www.samajalive.in
Saturday, December 6, 2025
23.1 C
Bhubaneswar

ନୂତନ ପ୍ରଜାତିର ମାଛ ଆବିଷ୍କାର

ଗୋପାଳପୁର: ଓଡ଼ିଶାର ପାରାଦୀପ ଓ ପଶ୍ଚିମବଙ୍ଗର ପେଟୁଆଘାଟ ଉପକୂଳରୁ ଏକ ନୂତନ ପ୍ରଜାତିର ମାଛ ଠାବ ହେବା ସହ ଏହା ନେଇ ଅଧିକ ଗବେଷଣା ଚାଲୁ ରହିଥିବା ଜଣାପଡିଛି। ଏହି ପ୍ରଜାତିର ମାଛକୁ ଓଡ଼ିଶାର ପାରାଦୀପ ଉପକୂଳରୁ ସ୍ୱରୂପ ରଞ୍ଜନ ମହାନ୍ତି ଓ ପଶ୍ଚିମବଙ୍ଗ ଉପକୂଳରୁ ଦିପାଞ୍ଜନ ଗତ ଜାନୁଆରୀ ୨୦୨୦ ମସିହାରେ ସଂଗ୍ରହ କରି ଗୋପାଳପୁର ସ୍ଥିତ ଜେଡଏସଆଇ କେନ୍ଦ୍ରକୁ ଅଧିକ ଗବେଷଣା ନିମନ୍ତେ ଆଣିଥିଲେ। ପ୍ରଥମଥର ନିମନ୍ତେ ଭାରତୀୟ ଉପକୂଳବର୍ତ୍ତୀ ଅଞ୍ଚଳରୁ ମିଳିଥିବାରୁ ଏହାର ନାମକରଣ ସିରୀମ୍ୟୁରେନା ଇଣ୍ଡିକା ନାମରେ ନାମକରଣ କରାଯାଇଥିବା କେନ୍ଦ୍ରର ବୈଜ୍ଞାନିକ ଡଃ ଅନିଲ ମହାପାତ୍ର ସୂଚନା ଦେଇଛନ୍ତି।

ଏହି ମାଛ ଉଦ୍ଧାର ପରେ ଡଃ ମହାପାତ୍ରଙ୍କ ସମେତ ସ୍ୱରୂପ ରଞ୍ଜନ ମହାନ୍ତି, ପଶ୍ଚିମବଙ୍ଗ ସ୍ଥିତ ବାଜକୁଲ୍ ମିଲନ ମହାବିଦ୍ୟାଳୟର ବୈଜ୍ଞାନିକ ଦୀପାଞ୍ଜନରେ, କଲିକତାରୁ ବୈଜ୍ଞାନିକ ସୁଭ୍ରେନ୍ଦୁ ଶେଖର ମିଶ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଜୟ କିଶୋର ସେଠ୍ ପ୍ରମୁଖ ଗବେଷଣା କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ। ଗବେଷଣା ପରେ ଏହି ପ୍ରଜାତିର ମାଛର ଶରୀର ମାଂସାଳି ହୋଇଥିବା ବେଳେ ଏମାନଙ୍କ ରଙ୍ଗ ଧୁସର ମାଟିଆ ରହିଥିବା ଜଣାପଡିଥିଲା। ଏଥିସହ ଏମାନଙ୍କର ଉପର ଓ ତଳେ ଗୁଛା ଗୁଛା ହୋଇ ବହୁ ସଂଖ୍ୟକ ଦାନ୍ତ ରହିଛି। ଏମାନଙ୍କର ଲମ୍ବ ୨୩୨ ରୁ ୫୧୨ ମିଲିମିଟର ପର୍ୟ୍ୟନ୍ତ ରହିଥାଏ। ଏମାନଙ୍କର ଗୋଟିଏ ଲମ୍ବା ମେରୁ ଦଣ୍ଡ ରହିଛି ସେଥିରେ ୧୬୪ ରୁ ୧୬୯ ଟି ମେରୁ ହାଡ଼ ରହିଛି। ମୁହଁର ଉପର ଓଠରେ ସିରି ରହିଥାଏ। ଏହି ପ୍ରଜାତିର ମାଛ ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳ ଅଞ୍ଚଳରେ ନିୟମିତ ଦେଖିବାକୁ ମିଳିଥାଏ ବୋଲି ଜଣାପଡ଼ିଥିବା ଡ. ମହାପାତ୍ର ପ୍ରକାଶ କରିଛନ୍ତି। ଏହା ସହ ଏମାନଙ୍କ ଦେହ ଚିକଣ, ଲାଞ୍ଜ ମୁନିଆ ଯୋଗୁଁ ଏମାନେ ବାଲିରେ ପୋତି ହୋଇ ରହୁଥିବା ମଧ୍ୟ ଗବେଷଣା ବେଳେ ଜଣାପଡିଛି। ଗୋପାଳପୁର ଜେଡ୍ଏସଆଇ କେନ୍ଦ୍ରରେ ଥିବା ନୁତନ ଡିଏନ୍ଏ ଲେବରେ ଏହି ମାଛକୁ ପରୀକ୍ଷା ନିରୀକ୍ଷା ମଧ୍ୟ କରାଯାଇଛି ବୋଲି ଜେଡଏସଆଇର ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି। ଏହିସବୁ ଗବେଷଣା ପରେ ଜୋନାଲ ଅଫ୍ ଫିସ ବାୟୋଲିଜି ପତ୍ରିକାରେ ପ୍ରକାଶନ ନିମନ୍ତେ ପଠାଯାଇଥିବା ବେଳେ ଗତ ୮ତାରିଖରେ ଜୋନାଲ ଅଫ୍ ଫିସ ବାୟୋଲୋଜି ପତ୍ରିକାରେ ଏହା ନେଇ ସମସ୍ତ ସୂଚନା ପ୍ରକାଶିତ ହୋଇଥିବା ଜେଡ଼ଏସଆଇର ଅଧିକାରୀ ବୈଜ୍ଞାନିକ ଅନିଲ ମହାପାତ୍ର କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories