ଭୁବନେଶ୍ଵର: ଓଡିଶା ଏବଂ ଛତିଶଗଡ ମହାନଦୀ ଜଳ ବିବାଦର ଶୁଣାଣି ଆସନ୍ତା ବର୍ଷ ଫେବୃୟାରୀକୁ ଘୁଞ୍ଚିଛି। ଫେବୃୟାରୀ ପହିଲାରେ ଏହି ମାମଲାର ଶୁଣାଣି ହେବ ବୋଲି ଟ୍ରିବ୍ୟୁନାଲ୍ ପକ୍ଷରୁ କୁହାଯାଇଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ସମ୍ମୁଖରେ ଓଡିଶା ଓ ଛତିଶଗଡ ନିଜର ପକ୍ଷ ଉପସ୍ଥାପନା କରିଥିଲେ। ଏହା ସହ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପକୁ ଅନୁଧ୍ୟାନ କରି ଦୁଇ ରାଜ୍ୟ ରିପୋର୍ଟ ଦାଖଲ କରିଥିଲେ।
Popular Categories



