www.samajalive.in
Saturday, December 6, 2025
14.1 C
Bhubaneswar

ମୋଦୀଙ୍କ ବିରୋଧରେ ଲଢିବେ ଜେଲ୍‌ରେ ଥିବା ପୂର୍ବତନ ସାଂସଦ

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବେ ମାଫିଆ ଡନ ତଥା ପୂର୍ବତନ ସାଂସଦ ଆଟିକ ଅହମ୍ମଦ। ୫ଥର ବିଧାୟକ ଓ ଥରେ ସାଂସଦ ରହିଥିବା ଅହମ୍ମଦ ଏବେ ଜେଲ୍‌ରେ ଅଛନ୍ତି। ୨୦୧୭ ଫେବୃଆରୀରୁ ସେ ​ଜେଲ୍‌ରେ ଅଛନ୍ତି। ଅହମ୍ମଦଙ୍କ ନିର୍ବାଚନ ଲଢିବା ସମ୍ପର୍କରେ ତାଙ୍କ ପତ୍ନୀ ସାଇସ୍ଥା ପ୍ରବୀଣ ରବିବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ପତ୍ନୀଙ୍କ ଘୋଷଣା ଅନୁଯାୟୀ ଅହମ୍ମଦ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ। ଏପ୍ରିଲ ୨୯ରେ ସେ ପ୍ରାର୍ଥୀ ପତ୍ର ଦାଖଲ କରିବେ। ନିର୍ବାଚନ ଲଢିବା ଲାଗି ସେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସର ସହଯୋଗ ଲୋଡିଛନ୍ତି। ଅହମ୍ମଦ ସମାଜବାଦୀ ପାର୍ଟିରୁ ସାଂସଦ ଥିଲେ। ଏହାସହିତ ସେ ଆପନା ଦଳ ସହ ଜଡିତ ଥିଲେ। ନିର୍ବାଚନ ପ୍ରଚାର ଲାଗି ସେ ୩ସପ୍ତାହ ପାରୋଲ ପାଇଁ ଆବେଦନ କରିଛନ୍ତି। ପାରୋଲ ନ ମିଳିଲେ ସେ ନିର୍ବାଚନ ଲଢିବା ନିଷ୍ପତ୍ତି ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଅହମ୍ମଦଙ୍କ ବିରୋଧରେ ୧୦୬ଟି ଅପରାଧ ମାମଲା ରହିଥିବାବେଳେ ୨୬ଟି ମାମଲାକୁ ସ୍ବତନ୍ତ୍ର ଅଦାଲତ (ସାସଂଦ ଓ ବିଧାୟକ) ବିଚାର କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories