www.samajalive.in
Sunday, December 7, 2025
13.1 C
Bhubaneswar

ପାଣାଜୀ ଉପନିର୍ବାଚନ: ପରିକରଙ୍କ ପୁଅକୁ ଉପେକ୍ଷା

ପାଣାଜୀ : ଗୋଆର ପାଣାଜୀ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ବିଜେପି ମନୋହର ପରିକରଙ୍କ ପୂର୍ବତନ ସହଯୋଗୀ ସିଦ୍ଧାର୍ଥ କୁନକାଲିଏଙ୍କରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନୋହର ପରିକରଙ୍କ ମୃତ୍ୟୁ ପାଇଁ ଏଠାରେ ଉପନିର୍ବାଚନ ହେଉଛି। ମେ ୧୯ରେ ଏଠାରେ ଉପନିର୍ବାଚନ ହେବ। ତେବେ ଏହି ଉପନିର୍ବାଚନ ଲାଗି ବିଜେପି ପରିକରଙ୍କ ବଡ ପୁଅ ଉତ୍ପଳଙ୍କୁ ଉପେକ୍ଷା କରିଛି। ପିତାଙ୍କ ମୃତ୍ୟୁ ପାଇଁ ସହୃଦୟତା ପୂର୍ବକ ବିଜେପି ଉତ୍ପଳଙ୍କୁ ଏଠାରେ ପ୍ରାର୍ଥୀ କରିବ ବୋଲି ଅାଶା କରାଯାଉଥିଲା। ତେବେ ଉତ୍ପଳଙ୍କୁ ଉପେକ୍ଷା କରି ବିଜେପି ସିଦ୍ଧାର୍ଥଙ୍କୁ ପ୍ରାର୍ଥୀ କରିବା ଲାଗି ରବିବାର ଘୋଷଣା କରିଛି। ସିଦ୍ଧାର୍ଥ ପୂର୍ବରୁ ପାଣାଜୀର ବିଧାୟକ ଥିଲେ। ପରିକର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦିଲ୍ଲୀ ଯିବା ପରେ ସିଦ୍ଧାର୍ଥ ଏଠାରୁ ନିର୍ବାଚିତ ହୋଇଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ସିଦ୍ଧାର୍ଥ ଏଠାରୁ ବିଜୟୀ ହୋଇଥିଲେ। ତେବେ ପରିକର ପ୍ରତିରକ୍ଷା ମନ୍ତ୍ରଣାଳୟ ଛାଡି ପୁନର୍ବାର ଗୋଆ ଶାସନ ଭାର ସମ୍ଭାଳିବାକୁ ଆସିଥିଲେ। ଫଳରେ ସିଦ୍ଧାର୍ଥ ଏହି ଆସନରୁ ଇସ୍ତଫା ଦେଇଥିଲେ। ମାର୍ଚ୍ଚ ୧୭ରେ ପରିକରଙ୍କ ମୃତ୍ୟୁ ହୋଇଥିଲା। ଉତ୍ପଳ ଏବେ ବିଜେପି ପାଇଁ ଲୋକସଭା ନିର୍ବାଚନ ପ୍ରଚାରରେ ଅଛନ୍ତି। ଦଳୀୟ ନିଷ୍ପତ୍ତି ଉପରେ ସେ କିଛି କହିବାକୁ ମନା କରିଛନ୍ତି। ଉତ୍ପଳ କହିଛନ୍ତି ଯେ ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ସେ ଆଶାୟୀ ନଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories