www.samajalive.in
Friday, December 5, 2025
20.1 C
Bhubaneswar

ମୁମ୍ବଇକୁ ହରାଇଲା କେକେଆର୍

କଲକାତା : ଆଇପିଏଲ୍‌ରେ ରବିବାର ଏକ ବଡ଼ ସ୍କୋର୍‌ର ମ୍ୟାଚ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୩୪ ରନ୍‌ରେ ପରାସ୍ତ କରିଛି କଲକାତା ନାଇଟ ରାଇଡର୍ସ (କେକେଆର୍‌)। ଶୁବ୍‌ମାନ ଗିଲ୍, କ୍ରିସ୍ ଲିନ୍ ଓ ଆ​‌େ​‌ନ୍ଦ୍ର ରସେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି କଲକାତା ୨ ୱିକେଟରେ ୨୩୨ ରନ୍ କରିଥିଲା। ଚଳିତ ସିଜିନ୍‌ରେ ଏହା ସର୍ବାଧିକ ଦଳଗତ ସ୍କୋର୍। ଏହିକ୍ରମରେ ସନ୍‌ରାଇଜର୍ସର ୨/୨୩୧ ରନ୍ ସ୍କୋର୍‌କୁ କେକେଆର୍ ଅତିକ୍ରମ କରିଥିଲା। ପରେ ହାର୍ଦିକ ପାଣ୍ଡ୍ୟାଙ୍କ ବିଧ୍ବଂସୀ ଇନିଂସ ସତ୍ତ୍ବେ ମୁମ୍ବଇ ୭ ୱିକେଟ ହରାଇ ୧୯୮ ରନ୍ କରି ପାରିଥିଲା। ଏହି ମ୍ୟାଚ୍ ଜିତିଲେ ମୁମ୍ବଇ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥାଆନ୍ତା। କେକେଆର୍ ୧୨ଶ ମ୍ୟାଚ୍‌ରେ ୫ମ ବିଜୟ ହାସଲକରି ପ୍ଲେଅଫ୍ ଅାଶା ବଜାୟ ରଖିଛି। ମୁମ୍ବଇ ୧୨ଶ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି।
ବିପର୍ଯ୍ୟୟ ସହ ମୁମ୍ବଇ ଇଣ୍ଡିଆନ୍‌ସ ବିଶାଳ ୨୩୩ ରନ୍‌ର ପିଛା ଆରମ୍ଭ କରିଥିଲା। ମାତ୍ର ୨୧ ରନ୍ ସ୍କୋର୍‌ରେ ମୁମ୍ବଇର ଉଭୟ ଓପ୍‌ନର ଆଉଟ ହୋଇ ଯାଇଥିଲେ। କ୍ବିଣ୍ଟନ ଡି କକ୍ ବିନା ସ୍କୋର୍‌ରେ ଆଉଟ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୨ ରନ୍‌କରି ବିଦାୟ ନେଇଥିଲେ। ଏଭିନ୍ ଲୁଇସ୍ ୧୬ ବଲ୍‌ରୁ ୧୫ ରନ୍‌କରି ବିଦାୟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ସଟ୍ ଖେଳି ୧୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌କରି ବିଦାୟ ନେଇଥିଲେ। ମୁମ୍ବଇ ଇଣ୍ଡିଆନ୍‌ସ ୫୮ ରନ୍‌ରେ ୪ଟି ୱିକେଟ ହରାଇବା ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ କୈରନ ପୋଲାର୍ଡ ଓ ହାର୍ଦିକ ପାଣ୍ଡ୍ୟା। ଦୁହେଁ ଅନ୍ୟ ଉପାୟ ନ ପାଇ ଆକ୍ରମଣ କରିଥିଲେ। ବିଶେଷକରି ହାର୍ଦିକ ପାଣ୍ଡ୍ୟା ଛକା ପରେ ଛକା ମାରି ଚାଲିଥିଲେ। ୫ ଓଭରରେ ୬୩ ରନ୍‌ର ଭାଗିଦାରୀ ପରେ ପୋଲାର୍ଡ ୨୦ ରନ୍‌କରି ବିଦାୟ ନେଇଥିଲେ। ବିସ୍ଫୋରକ ବ୍ୟାଟିଂକରି କେକେଆର୍‌ର ନିଜ ହଜାଇ ଦେଇଥିବା ହାର୍ଦିକ ଆଉଟ ହେବା ବେଳକୁ ମୁମ୍ବଇ ୨ ଓଭରରେ ୪୮ ରନ୍ ଆବଶ୍ୟକ କରୁଥିଲା। ହାର୍ଦିକ ୩୪ ବଲ୍‌ରୁ ୯ଟି ଛକା ଓ ୬ଟି ଚୌକା ସହ ୯୧ ରନ୍ କରିଥିଲେ। ପରେ ମୁମ୍ବଇ ପାଇଁ ଲକ୍ଷ୍ୟ ଅପହଞ୍ଚ ହୋଇଥିଲା। କ୍ରୁନାଲ ପାଣ୍ଡ୍ୟା ୧୮ ବଲ୍‌ରୁ ୨ଟି ଛକା ସହ ୨୬ ରନ୍‌ କରିଥିଲେ। ରସେଲ, ସୁନୀଲ ନାରାୟଣ ଓ ହ୍ୟାରି ଗର୍ନି ୨ଟି ଲେଖାଏଁ ୱିକେଟ ପାଇଥିଲେ।
ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍‌ସ ଫିଲ୍‌ଡିଂ ନେଇଥିଲା। ତା’ ପାଇଁ ‘କର ବା ମର’ ମ୍ୟାଚ୍‌ରେ କ୍ରିଜକୁ ଓହ୍ଲାଇଥିବା କେକେଆର୍‌ର ସମସ୍ତ ବ୍ୟାଟ୍‌ସମ୍ୟାନ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଏହା ମୂଳରୁ ଓଭର ପିଛା ୧୦ରୁ ଅଧିକ ରନ୍ ହାରରେ ସ୍କୋର୍ କରିଥିଲା। କେକେଆର୍ ଓପ୍‌ନିଂ ଯୋଡ଼ି ୧୦ମ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଏବଂ ୯୬ ରନ୍‌ର ଭାଗିଦାରୀ କରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। କ୍ରିସ୍ ଲିନ୍ ୨୯ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୫୪ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। ୩ନଂ ସ୍ଥାନରେ ବ୍ୟାଟିଂ କରିଥିବା ଆ​‌େ​‌ନ୍ଦ୍ର ରସେଲ ଓ ଶୁବ୍‌ମାନ ୬ ଓଭରରେ ୬୨ ରନ୍ ଯୋଡ଼ିଥିଲେ। ଶୁବ୍‌ମାନ ଗିଲ୍‌ ୪୫ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୭୬ ରନ୍ କରିଥିଲେ। ଶେଷ ୪ ଓଭରରୁ କେକେଆର୍ ୬୮ ରନ୍ କରିଥିଲା। ରସେଲ ଓ ଅଧିନାୟକ ଦିନେଶ କାର୍ତ୍ତିକ ୩ୟ ୱିକେଟ ପାଇଁ ୭୪ ରନ୍ ଯୋଡ଼ିଥିଲେ। କାର୍ତ୍ତିକ ୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍‌କରି ଅପରାଜିତ ଥିଲେ। ରସେଲ ବିସ୍ଫୋରକ ବ୍ୟାଟିଂକରି ୪୦ ବଲ୍‌ରୁ ୮ଟି ଛକା ଓ ୬ଟି ଚୌକା ସହ ୮୦ ରନ୍‌କରି ଅପରାଜିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories