www.samajalive.in
Friday, December 5, 2025
26.1 C
Bhubaneswar

ଅମ୍ବାନି ପିତା-ପୁତ୍ର ବନାମ କଂଗ୍ରେସ-ବିଜେପି

ମୁମ୍ବଇ: ଦେଶର ଖ୍ୟାତନାମା ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନି ନିକଟରେ ଦକ୍ଷିଣ ମୁମ୍ବଇରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢୁଥିବା ମିଲିନ୍ଦ ଦେୱାଡ଼ାଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ। ଶୁକ୍ରବାର ତାଙ୍କ ପୁଅ ଅନନ୍ତ ଅମ୍ବାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ସଭାରେ ଦର୍ଶକଙ୍କ ଗହଣରେ ବସିଥିବା ଦେଖିବାକୁ ମିଳିଥିଲା ା ଅନନ୍ତ ମଞ୍ଚ ତଳେ ଆଗଧାଡ଼ିରେ ତାଙ୍କର କେତେକ ବନ୍ଧୁଙ୍କ ସହ ବସି ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣୁଥିବା ଦେଖିବାକୁ ମିଳିଥିଲା।
ରାଫେଲ ଯୁଦ୍ଧ ବିମାନ କିଣାକୁ ନେଇ କଂଗ୍ରେସ ମୁକେଶଙ୍କ ଭାଇ ଅନୀଲଙ୍କୁ ବାରମ୍ବାର ଟାର୍ଗେଟ କରିବା ସହ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଆସୁଛି। ଇତିମଧ୍ୟରେ ମୁକେଶ କଂଗ୍ରେସ ପ୍ରାର୍ଥୀ ମିଲିନ୍ଦ ଦେୱାଡ଼ାଙ୍କୁ ଖୋଲାଖୋଲି ସମର୍ଥନ କରି ସଭିଙ୍କୁ ଚକିତ କରିଥିଲେ। ଏବେ ତାଙ୍କ ପୁଅ ଅନନ୍ତ ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ଲେସ୍ରେ ମୋଦୀଙ୍କ ନିର୍ବାଚନ ସଭାରେ ଉପସ୍ଥିତ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ସ୍ଥାନୀୟ ଅଞ୍ଚଳର କେତେକ ଗଣମାଧ୍ୟମ ପ୍ରତିନିଧି ଅନନ୍ତଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ସହ ଦେଶକୁ ସମର୍ଥନ ଜଣାଇବାକୁ ଆସିଛି। ପିତା ମୁକେଶ ଦେଶର ରାଜନୀତି ଅଥବା ନିର୍ବାଚନ ସଂକ୍ରାନ୍ତରେ ସେପରି କିଛି ମନ୍ତବ୍ୟ ଦିଅନ୍ତି ନାହିଁ ା ତେବେ ମିଲିନ୍ଦ ଦେୱାଡ଼ାଙ୍କୁ ସେ ଯେମିତି ଖୋଲାଖୋଲି ସମର୍ଥନ କଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଶ୍ରୀ ଦେୱଡ଼ା ଦକ୍ଷିଣ ମୁମ୍ବଇ ଅଞ୍ଚଳର। ତାଙ୍କ ପ୍ରତିନିଧିତ୍ବରେ ଉକ୍ତ ଅଞ୍ଚଳରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ପ୍ରତିଭାବାନ୍ ଯୁବଗୋଷ୍ଠୀ ଏଥିରୁ ଲାଭବାନ ହୋଇଥିବା ମୁକେଶ କହିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories