www.samajalive.in
Friday, December 5, 2025
26.1 C
Bhubaneswar

ସୋମବାର ରାଶିଫଳ

ମେଷ: ଉନ୍ନୟନ କାର୍ଯ୍ୟରେ ମନୋନିବେଶ କରିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ବୀ ହେବା ଆଶାକରାଯାଏ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ।

ବୃଷ: ଲାଗି ରହିଥିବା ଭ୍ରାତୃ ବିବାଦ ଦୂରେଇ ଯିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବଂଶର ଆଲୋକ ବର୍ତ୍ତିକା ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟରୁ ଲାଭ ଓ ଯଶସ୍ବୀ ହେବେ।

- Advertisement -

ମିଥୁନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସେବକ ଓ ପୂଜକ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

କର୍କଟ: ଅଭାବ ଦୂରେଇ ଯିବ। ଆଶ୍ବସ୍ତ ହେବେ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

ସିଂହ: ଆକସ୍ମିକ ଭାବେ ଲାଭବାନ୍‌ ହୋଇପାରନ୍ତି। କ୍ଷତି ପୂରଣ ହେବାରୁ ଆଶ୍ବସ୍ତି ମିଳିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିଲେ ଉପକୃତ ହେବେ।

କନ୍ୟା: ଭଲ କାର୍ଯ୍ୟ ପାଇଁ ବନ୍ଧୁ ସହାୟତା ମିଳିପାରେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବିଳଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ଜୀବନ ସୁଖମୟ ହେବ।

ତୁଳା: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଉଦାର ସ୍ବଭାବର ହୋଇପାରନ୍ତି। ଦାନଶୀଳ ଭାବେ ସୁନାମ ଅର୍ଜନ କରିପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ବୁଦ୍ଧିମାନ୍‌ ହେବେ।

ବିଛା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ମନ ପ୍ରସନ୍ନ ରହିବ। ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲଟେରି ଫଳ ସପକ୍ଷରେ ଯିବ।

ଧନୁ: ମନରେ ପ୍ରସନ୍ନତା ଭାବ ଦେଖା ହେବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମିଷ୍ଟଭାଷୀ ଭାବେ ଜନ-ମନ ତୋଷ କରିପାରନ୍ତି। ମେଳାପୀ ପ୍ରକୃତିର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ସମ୍ମାନ ମିଳିବ

ମକର: ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପତ୍ନୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରି ଉତ୍‌ଫୁଲ୍ଲିତ ହେବେ।

କୁମ୍ଭ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଖୁସି ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।

ମୀନ: ମହିଳା ଓ ବିଦ୍ୟାର୍ଥୀମାନଙ୍କୁ ଜଗି ରଖି ଚଳିବାକୁ ପଡ଼ିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories