ମାଦ୍ରାସାରେ ତାଲା ନୁହେଁ ତାଲିମ ଚାହାନ୍ତି ସରକାର : ନକବୀ

0

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ମାଦ୍ରାସାରେ ତାଲା ନୁହେଁ ତାଲିମ ଚାହୁଁଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ସଂଖ୍ୟାଲଘୁ ମନ୍ତ୍ରୀ ମୁଖ୍‍ତାର ଆବାସ ନକବୀ କହିଛନ୍ତି। ଏହାସହ ସେ ସୂଚନା ଦେଇଥିଲେ ଯେ ସ୍କୁଲସ୍ତରରେ ମୁସଲମାନ ଝିଅଙ୍କ ପାଠ ପଢା ଛାଡ଼ିବା ହାର ୭୦%ରୁ ହ୍ରାସ ପାଇ ୪୦%ରେ ପହଞ୍ଚିଛି। ସରକାର ଏହି ହାରକୁ ଶୂନକୁ ଆଣିବାକୁ ଚାହୁଁଛନ୍ତି। ସଂଖ୍ୟାଲଘୁ ମନ୍ତ୍ରାଳୟ ଏବଂ ଜାମିଆ ମିଲିଆ ଇସଲାମିଆ ଦ୍ୱାରା ମିଳିତ ଭାବେ ପଢା ଅଧାରୁ ମାଦ୍ରାସା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିବା ‘ବ୍ରିଜ୍‍ କୋର୍ସ’ ପାଠ୍ୟକ୍ରମର ପ୍ରମାଣପତ୍ର ବଣ୍ଟନ ଅବସରରେ ମୁଖତାର ଆବାସ୍‍ ନକବୀ ଏହା କହିଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାର ସଂକ୍ୟାଲଘୁ ସମେତ ସମସ୍ତ ବର୍ଗର ଲୋକଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply