www.samajalive.in
Sunday, December 7, 2025
14.1 C
Bhubaneswar

ବିବାହ ବେଳେ ବିଦ୍ୟୁତ୍‌ କାଟ୍‌ ଯୋଗୁ ବର ଅଦଳବଦଳ

ଭୋପାଳ: ବିଦ୍ୟୁତ୍‌ କାଟ୍‌ ଯୋଗୁ ମଧ୍ୟପ୍ରଦେଶରେ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି । ବିବାହ କାର୍ଯ୍ୟ ଆରମ୍ଭ ହେବା ବେଳେ ବିଦ୍ୟୁତ୍‌ କାଟ୍‌ ଯୋଗୁ ବର ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମଧ୍ୟପ୍ରଦେଶର ଇଙ୍ଗୋରିଆରେ ଘଟିଥିବା ବେଳେ ବିଦ୍ୟୁତ୍‌ ଆସିବା ପରେ ଏହି ବାହାଘରକୁ ବନ୍ଦ କରାଯାଇଥିଲା । ସୂଚନା ମୁତାବକ ଆସାଲାନା ଗାଁରେ ରମେଶଲାଲାଙ୍କ ତିନି ଝିଅ ଏବଂ ଗୋଟିଏ ପୁଅଙ୍କ ବିବାହ ଥିଲା । ରୀତିନୀତି ଅନୁଯାୟୀ ମମସ୍ତଙ୍କ ବିବାହ ସମ୍ପନ୍ନ ହେଉଥିଲା । ରମେଶଲାଲାଙ୍କ ଦୁଇ ଝିଅ ନିକିତା ଏବଂ କରିସ୍ମା ଡାଙ୍ଗୱାଡାର ଭୋଲା ଏବଂ ଗଣେଶଙ୍କୁ ବିବାହ କରିଥିଲେ। ଜଣେ ଝିଅ କରିସ୍ମା ଗଣେଶଙ୍କୁ ବିବାହ କରୁଥିବା ବେଳେ ଅନ୍ୟ ଜଣେ ଝିଅ ଭୋଲାଙ୍କୁ ବିବାହ କରୁଥିଲେ । ହେଲେ ସେହି ସମୟରେ ହଠାତ୍‌ ବିଦ୍ୟୁତ୍‌ କାଟ୍‌ ହୋଇଯାଇଥିଲା । ଫଳରେ ନିକିତା ଗଣେଶଙ୍କ ହାତ ଧରିଥିଲେ ଏବଂ କରିସ୍ମା ଭୋଲାଙ୍କ ହାତ । ପରେ ବିଦ୍ୟୁତ୍‌ ଆସିବା ପରେ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଉଭୟ ଦୁଇ ବରକନ୍ୟାଙ୍କୁ ସକାଳ ସମୟରେ ସାତ ଫେରାବେଳେ ବିବାହ କାର୍ଯ୍ୟରେ ସଂଶୋଧନ କରାଯାଇଥିଲା ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories