www.samajalive.in
Tuesday, December 9, 2025
15.1 C
Bhubaneswar

ଦୀପିକାଙ୍କୁ ସମ୍ମାନିତ କରିବେ ମଧ୍ୟପ୍ରଦେଶ ସରକାର

ମୁମ୍ବଇ: ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ମଧ୍ୟପ୍ରଦେଶ ସରକାର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନିତ କରିବେ। ମୁକ୍ତିଲାଭ ପୂର୍ବରୁ ହିଁ ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଏବେ ଦୀପିକାଙ୍କୁ ସମ୍ମାନୀତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମଧ୍ୟପ୍ରଦେଶର ଜନ ସମ୍ପର୍କ ମନ୍ତ୍ରୀ ପିସି ଶର୍ମା ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ଇନ୍ଦୋରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଆକାଡେମୀ ପୁରସ୍କାର(ଆଇଫା ଆୱାର୍ଡ) କାର୍ଯ୍ୟକ୍ରମରେ ଦୀପିକାଙ୍କୁ ସମ୍ମାନିତ କରାଯିବ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ‘ଛପାକ୍‍’କୁ ଟିକସ ମୁ୍‍କ୍ତ କରିବା ପରେ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ତାଙ୍କୁ ବିରୋଧ କରିଥିଲେ। ଏହାର ଜବାବ ସ୍ୱରୂପ କମଳନାଥ କହିଥିଲେ, “ଚଳଚ୍ଚିତ୍ର ତଥା କଳାକାରମାନଙ୍କୁ ଦଳୀୟ ବିଚାରଧାରାରେ ବିଭାଜିତ କରିବା ଓ ରାଜନୀତି ସହ ଯୋଡ଼ିବା ଆଦୌ ଉଚିତ ନୁହେଁ। ଦେଶରେ କାହାର ଏ ଅଧିକାର ନାହିଁ ଯିଏ ଆମକୁ କହିବ ଆମେ କେଉଁ ଚଳଚ୍ଚିତ୍ର ଦେଖିବା କିମ୍ବା କେଉଁଟି ଦେଖିବା ନାହିଁ”।

- Advertisement -

ଅନ୍ୟପକ୍ଷରେ, ମଧ୍ୟପ୍ରଦେଶରେ ‘ଛପାକ୍‍’କୁ ଟିକସମୁକ୍ତ କରିବା ପରେ ବିଜେପି ପକ୍ଷରୁ ଅଜୟ ଦେବଗନଙ୍କ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’କୁ ମଧ୍ୟ ଟିକସମୁକ୍ତ କରିବାକୁ ଦାବି କରାଯାଉଛି। ଏହି ଦୁଇ ଚଳଚ୍ଚିତ୍ରକୁ ନେଇ ଏବେ କଂଗ୍ରେସ ଓ ବିଜେପି ମଇଦାନକୁ ଓହ୍ଲାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories