www.samajalive.in
Monday, December 15, 2025
14.1 C
Bhubaneswar

ବିଶିଷ୍ଟ ସମାଜସେବୀ ମଦନ ମୋହନ ବେହେରାଙ୍କ ଦେହାନ୍ତ

ଭୁବନେଶ୍ୱର : ରାଜ୍ୟର ଜଣାଶୁଣା ବିଶିଷ୍ଟ ସମାଜସେବୀ ତଥା ଅସହାୟ ଦିନ ଦୁଃଖୀଙ୍କ ଦରଦୀ ବନ୍ଧୁ ମଦନ ମୋହନ ବେହେରାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ୱର ପୋଖରୀପୁଟରେ ଥିବା ବାସ ଭବନକୁ ତାଙ୍କ ମର ଶରୀରକୁ ନିଆଯିବା ପରେ ପରିବାର, ବନ୍ଧୁ ଓ ଶୁଭେଛୁ ତାଙ୍କ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ ମର ଶରୀରକୁ ଝାରପଡା ସ୍ଥିତ ମଧୁର୍ମୟୀ ଶିକ୍ଷା ନିକେତନକୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଶୋକସଭା ପାଳନ କରାଯାଇଥିଲା। ଶିକ୍ଷା ନିକେତନ ଅଧ୍ୟକ୍ଷା ନିରୋଜା ଲକ୍ଷ୍ମୀ ମହାପାତ୍ର ଓ କର୍ପୋରେଟର ଅମରେଶ ଜେନା,ଯୁବ ସମାଜସେବୀ ପ୍ରତାପ ସାହୁଙ୍କ ସମେତ ଆଶ୍ରମର ଅନ୍ତେବାସୀ ଛାତ୍ରଛାତ୍ରୀ, କିନ୍ନର ଓ ବିଶିଷ୍ଟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲୋ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଜଣେ ସମାଜସେବୀ ଭାବେ ସେ ବହୁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଥିଲେ ଓ ସମାଜ ସେବାରେ ସେ ଦୀର୍ଘ ଦିନ ଧରି କାର୍ୟ୍ୟ କରି ଆସିଥିଲୋ ବିଶେଷକରି ମଧୁର୍ମୟୀ ଶିକ୍ଷା ନିକେତନ, ଓଡିଶା ପତିତ ଉଦ୍ଧାର ସମିତି ଓ ମୁକ ବଧିର କଲେଜ ଗଠନରେ ସ୍ବର୍ଗତ ମଦନ ବେହେରାଙ୍କ ଅବଦାନ ଥିଲାା ଅସହାୟଙ୍କ ସେବାରେ ସେ ସବୁବେଳେ କାର୍ୟ୍ୟ କରି ଆସୁଥିଲେ ବୋଲି ତାଙ୍କ ସହ ଜଡିତ ବ୍ୟକ୍ତି ବିଶେଷ ମାନେ ସୂଚନା ଦେଇ କହିଛନ୍ତିା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories