ନୂଆଦିଲ୍ଲୀ : ଗୁରୁବାର ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଖ୍ୟାତିସମ୍ପନ୍ନ ଫାଷ୍ଟଫୁଡ୍ ବ୍ୟାବସାୟିକ କମ୍ପାନୀ ‘ମ୍ୟାକ୍ଡୋନାଲଡ୍’ ନିଜର ଲୋଗୋକୁ ଓଲଟା କରିଛି। ପୂର୍ବରୁ ଏହା ଇଂରାଜୀରେ ‘M’ ଥିବାବେଳେ ଗୁରୁବାର ଏହା ‘W’ ଭାବେ ଦେଖିବାକୁ ମିଳିଥିଲା। ମ୍ୟାକ୍ଡୋନାଲଡ୍ ଇତିହାସରେ ପ୍ରଥମଥର ମହିଳାଙ୍କୁ ଏଭଳିଭାବେ ସମ୍ମାନ ପ୍ରଦାନ କରାଯାଇଛି। କାଉଣ୍ଟର ବ୍ୟତୀତ ମ୍ୟାକ୍ଡୋନାଲଡ କମ୍ପାନୀ ସାମାଜିକ ଗଣମାଧ୍ୟମ ଟ୍ୱିଟର, ଇନଷ୍ଟାଗ୍ରାମରେ ମଧ୍ୟ ନିଜର ଲୋଗୋକୁ ଓଲଟା ପ୍ରଦର୍ଶନ କରିଛି।
Popular Categories



