www.samajalive.in
Monday, December 15, 2025
26.1 C
Bhubaneswar

ବିକାଶ ପ୍ରକ୍ରିୟାରେ ମହିଳାଙ୍କ ଦକ୍ଷତା ପ୍ରତିଫଳିତ

– ଆନ୍ତର୍ଜାତିକ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
– ୫ ଜିଲାରେ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସର ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ‘ନୂଆ ୱାନ୍‌ ଷ୍ଟପ୍‌ ସେଣ୍ଟର’ ଘୋଷଣା କରିଛନ୍ତି। ଏସବୁ ନୂଆ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ କଟକ, ଗଞ୍ଜାମ (ବ୍ରହ୍ମପୁର), କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ ÿ(ରାଉରକେଲା)ରେ ପ୍ରତିଷ୍ଠା ହେବ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିକାଶ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସର ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ବିଜୁବାବୁ ମହିଳା ସଶକ୍ତୀକରଣର ଯୁଗ ଆରମ୍ଭ କରିଥିଲେ। ଆଜି ମହିଳା ସଶକ୍ତୀକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇଛି। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାମାନଙ୍କୁ ଦାୟିତ୍ୱ, ମିଶନ ଶକ୍ତି ଓ ମମତା ପରି କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ କରାଯାଇପାରିଛି।
ଓଡ଼ିଶାର ୬୦ପ୍ରତିଶତ ମହିଳାଙ୍କ ପାଖରେ ଘର ଓ ଜମି ପରି ସ୍ଥାବର ସମ୍ପତ୍ତିର ମାଲିକାନା ରହିଛି। ୫୫ପ୍ରତିଶତରୁ ଅଧିକ ମହିଳାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି। ଏହା ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତିର ପରିଚୟ ଦେଉଛି। ରାଜ୍ୟରେ ମହିଳା ସଶକ୍ତୀକରଣ ତୃଣମୂଳସ୍ତରରେ ପହଞ୍ଚିପାରିଛି। ବିକାଶ ପ୍ରକ୍ରିୟାରେ ମହିଳାଙ୍କ ନେତୃତ୍ୱ ଓ ଦକ୍ଷତା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭରେ ସେ ସମ୍ବଲପୁର ଜିଲାର ଶାସନ ପଞ୍ଚାୟତର ଜଣେ ମହିଳା ପ୍ରତିନିଧି ଓ ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ସେମାନେ ଯେପରି ଗାଁର ସମସ୍ୟା ଓ ଜରୁରୀ ପ୍ରକଳ୍ପ ସମ୍ପର୍କରେ ସୁନ୍ଦର ଭାବରେ ବୁଝାଇ କହିଥିଲେ ସେଥିରୁ ଜଣାଯାଉଛି ଯେ ମହିଳା ସଶକ୍ତୀକରଣ ବାସ୍ତବରେ ଗାଁରେ ପହଞ୍ଚିପାରିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ ମହିଳାଙ୍କ ଅଧିକାରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଚଳିତ ବର୍ଷର ଥିମ୍‌ ‘ପ୍ରଗତି ପାଇଁ ଜୋର ଲଗାଇବା’ ଅନୁଯାୟୀ ମହିଳାଙ୍କ ବିକାଶ ପାଇଁ ସାମୁହିକ ଉଦ୍ୟମ ଲୋଡ଼ା।
ମହିଳା ଓ ଶିଶୁ ବିକାଶ ସଚିବ ଚିତ୍ରା ଅରୁମୁଗମ୍‌ ସ୍ୱାଗତ ଭାଷଣ ଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମିଶନ ଶକ୍ତି ନିର୍ଦେଶିକା ସୁଜାତା କାର୍ତ୍ତିକେୟନ। କାର୍ଯ୍ୟକ୍ରମରେ ମହିଳା ଆୟୋଗ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ, ଭିନ୍ନକ୍ଷମ ଆୟୁକ୍ତ ମିନତି ବେହେରା, ମହିଳା ବିକାଶ ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories