www.samajalive.in
Monday, December 15, 2025
26.1 C
Bhubaneswar

ବିବିଏଲ୍‌ରୁ ସନ୍ନ୍ୟାସ ନେଲେ ମ୍ୟାକ୍‌କଲମ୍‌

ଆଡିଲେଡ୍ : ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍‌ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ବିଗ୍‌ ବାସ ଲିଗ୍‌ (ବିବିଏଲ୍‌)ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଚଳିତ ସିଜିନ୍‌ ଖେଳି ବିବିଏଲ୍‌ରୁ ସନ୍ନ୍ୟାସ ନେ​‌େ​‌ବ ବୋଲି ମ୍ୟାକ୍‌କଲମ୍‌ ବ୍ରିସବେନ୍‌ ହିଟ୍‌ସ ଦଳର ମ୍ୟାନେଜମେଣ୍ଟକୁ ଜଣାଇ ଦେଇଛନ୍ତି।
ସୂଚନାଥାଉକି ୨୦୧୯ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିମନ୍ତେ ୩୭ ବର୍ଷୀୟ ମ୍ୟାକ୍‌କଲମ୍‌ଙ୍କୁ କୌଣସି ଦଳ କିଣିନଥିଲେ। ଚଳିତବର୍ଷ କେତେକ ଟ୍ବେଣ୍ଟି୨୦ ଲିଗ୍‌ରେ ଖେଳିବା ପରେ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିବାକୁ ଇଚ୍ଛୁକ ଥିବା ମ୍ୟାକ୍‌କଲମ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ ସହ ବିଭିନ୍ନ ଟ୍ବେଣ୍ଟି୨୦ ଲିଗ୍‌ରେ ଖେଳି ଯେତିକି ଅଭିଜ୍ଞତା ହାସଲ କରିଛନ୍ତି ତାହାକୁ ଆଧାର କରି ପ୍ରଶିକ୍ଷଣରେ ସଫଳତା ପାଇବେ ବୋଲି ମ୍ୟାକ୍‌କଲମ୍‌ ଆଶାବ୍ୟକ୍ତ କରିଛନ୍ତି।
୨୦୧୧ରେ ବିବିଏଲ୍‌ର ଅନ୍ୟତମ ଦଳ ବ୍ରିସବେନ୍‌ ହିଟ୍‌ସ ପାଇଁ ଖେଳିବାକୁ ମ୍ୟାକ୍‌କଲମ୍‌ ଚୁକ୍ତି କରିଥିଲେ। ତେବେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା କାରଣରୁ ସେ ସେହି ସିଜିନ୍‌ରେ ମାତ୍ର ୩ଟି ମ୍ୟାଚ୍‌ ଖେଳିଥିଲେ। ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବା ପରେ ମ୍ୟାକ୍‌କଲମ ବିବିଏଲ୍‌ ତରଫରୁ ଦୁଇଟି ସିଜିନ୍‌ ଖେଳିଛନ୍ତି। ସେ ଚଳିତ ସିଜିନରେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିିବିଏଲ୍‌ରେ ଖେଳିବା ତାଙ୍କ ପାଇଁ ଗୌରବର ବିଷୟ ହୋଇ ରହିବ ବୋଲି ମ୍ୟାକ୍‌କଲମ୍‌ ମତ ଦେବା ସହ ଏଠାକାର ପ୍ରଶଂସକଙ୍କଠାରୁ ଯେଉଁ ସ୍ନେହ ଓ ସମ୍ମାନ ମିଳିଛି ତାହା ଚିରକାଳ ମନେ ରହିବ ବୋଲି କହିଛନ୍ତି। ବିବିଏଲ୍‌ର ଭବିଷ୍ୟତ ବେଶ୍‌ ଭଲ ବୋଲି ମଧ୍ୟ ମ୍ୟାକ୍‌କଲମ୍‌ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories