www.samajalive.in
Monday, December 15, 2025
15.1 C
Bhubaneswar

ମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ହେଲା ପଞ୍ଚାୟତ କାର୍ଯ୍ୟଳୟ

ନବରଙ୍ଗପୁର: ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ନିସନା ହାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର କହଁର, ସାଂସଦ ପ୍ରତିନିଧି ସୁନିଲ ସାହୁ, ଦୟାନିଧି ବିଷୋୟୀ, ଦିବ୍ୟଦାନ ସୁନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମତା ଭତ୍ରା, ସ୍ଥାନୀୟ ସରପଞ୍ଚ କମଳା ଭତ୍ରା, ସନ୍ୟାସୀ ସୈରା ଉପସ୍ଥିତ ଥିଲେ।

ଲୋକଙ୍କୁ ତ୍ଵରିତ ସେବା ଯୋଗାଇ ଦେବା ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାର ପଞ୍ଚାୟତ ପୁନର୍ଗଠନ କରିଛନ୍ତି। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ବି.ମାଳିଗୁଡ଼ା ପଞ୍ଚାୟତକୁ ବିଭାଜିତ କରାଯାଇ ବି.ମାଳିଗୁଡ଼ା ଏବଂ ନିଶନାହାଣ୍ଡି ଦୁଇଟି ପଞ୍ଚାୟତ ଗଠନ କରାଯାଇଛି। ନୂତନ ପଞ୍ଚାୟତ ଗଠନ ପରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନିଶନାହାଣ୍ଡିର ନୂତନ ପଞ୍ଚାୟତ କୋଠା। ପଞ୍ଚାୟତ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅଦ୍ୟାବଧି ବର୍ଷେରୁ ଅଧିକ ସମୟ ବିତି ଯାଇଥିଲା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ହସ୍ତାନ୍ତର ହୋଇ ପାରୁ ନ ଥିଲା। ଯାହା ଫଳରେ ଅସୁବିଧା ଭୋଗୁଥିଲେ ନିଶନାହାଣ୍ଡି ପଞ୍ଚାୟତ ବାସିନ୍ଦା।

- Advertisement -

ପଞ୍ଚାୟତ ଗଠନର ଦୀର୍ଘ ୫ ବର୍ଷ ପରେ ମଧ୍ୟ ଆଜି ବି ପଞ୍ଚାୟତ କାର୍ଯ୍ୟ ପାଇଁ ନିଶନାହାଣ୍ଡି ବାସୀଙ୍କୁ ଦୌଡିବାକୁ ପଡୁଥିଲା ବି.ମାଳିଗୁଡ଼ା। ତେବେ ନଭେମ୍ବର ଦୁଇ ତାରା ଦିନ ଏହାର ଅନ୍ତ ଘଟାଇ ଶେଷରେ ସରପଞ୍ଚ କମଳା ଭତରା ଓ ପଞ୍ଚାୟତ ଅଧିକାରୀ ବିଭୁତି କୁମାର ସାମନ୍ତରାୟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ପଞ୍ଚାୟତ ଗୃହ ହସ୍ତାନ୍ତର ହେବା ଫଳରେ ଏହାର ସୁଫଳ ପାଇ ପାରିବେ ନିଶନାହାଣ୍ଡି ବାସୀ। ଚଉଦ ଗୋଟି ଗ୍ରାମ ପଡା, ବାର ଗୋଟି ୱାର୍ଡକୁ ନେଇ ପଂଚାୟତ ଗଠନ ହୋଇଥଲା ଲୋକମାନେ ଖୁସି ଥିଲେ ପାଖରେ ପଂଚାୟତ ହେଲେ ସବୁ ସୁବିଧା ପାଈ ପାରିବେ କିନ୍ତୁ ଭତ୍ତା, ଚାଉଳ କିମ୍ବା ଯେ କୌଣସି କାମ ପାଈଁ ହେଲେ ଆଜି ମଧ୍ୟ ବି. ମାଳିଗୁଡା ପଞ୍ଚାୟତ ଊପରେ ନିର୍ଭର କରିବାକୁ ପଡ଼ୁଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories