ନିର୍ମିତ ହେବ ମାଁ ସମଲେଶ୍ୱରୀଙ୍କ ରୂପା ପରଭା ଓ ଛତ୍ର

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଏକ ଭବ୍ୟ ରୂପା ଓ ଛତ୍ର ନିର୍ମାଣ କରାଯିବ ବୋଲି ବିଗତ ଦଶହରାର ପବିତ୍ର ମହାଷ୍ଟମୀ ତିଥିରେ ସଂକଳ୍ପ କରାଯାଇଛି ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗତ ବର୍ଷ ଅକ୍ଟୋବର ମାସ ୨୧ ତାରିଖରେ ସୂଚନା ଦିଆଯାଇଥିଲା । ଏହି ଧାର୍ମିକ କାର୍ଯ୍ୟକୁ ଗତ ଜାନୁଆରୀ ମାସରେ ସମ୍ପୁର୍ଣ୍ଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ବିଭିନ୍ନ କାରଣରୁ ତାହା ଏ ପର୍ଯ୍ୟନ୍ତ ସମ୍ଭବପର ହୋଇ ପାରି ନାହିଁ । ଏଣୁ ଏହି କାର୍ଯ୍ୟକୁ ଯଥାଶିଘ୍ର ସମ୍ପନ୍ନ କରିବା ପାଇଁ ରବିବାର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ବ୍ୟକ୍ତି ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପୋଷଣ ସହିତ ଏହି ଧାର୍ମିକ କାର୍ଯ୍ୟକୁ ସଫଳ କରିବା ପାଇଁ ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

prayash

ଏ ସର୍ମ୍ପକରେ ସଭାପତି ସଞ୍ଜୟ ବାବୁ ସୁଚନା ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟ ନିମନ୍ତେ ପ୍ରାୟ ୧୦୦ କିଗ୍ରାର ରୂପାର ଆବଶ୍ୟକତା ରହିଛି। ଏବେ ଟ୍ରଷ୍ଟ ବୋର୍ଡ ନିକଟରେ ବିଭିନ୍ନ ଆକୃତିର ୩୫ କିଲୋଗ୍ରାମ ଓଜନର ରୂପା ଗଚ୍ଛିତ ରହିଛି । ଏଣୁ ବାକି ଆବଶ୍ୟକ ରହିଥିବା ରୂପା ପାଇଁ ଭକ୍ତ ମାନେ ମାଁ ଙ୍କ ନିମନ୍ତେ ଦାନ କରନ୍ତୁ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆହ୍ୱାନ କରାଯାଇଛି । ଯେତେ ଶିଘ୍ର ରୂପା ସଂଗ୍ରହ କରାଯିବ ସେତେ ଶୀଘ୍ର ମାଁ ସମଲେଶ୍ୱରୀଙ୍କ ନିକଟରେ ଏହି ନୂତନ ପରଭା ଓ ଛତ୍ର ଅର୍ପଣ କରାଯିବ । ମାଁ ଙ୍କ ରୂପା ପାଇଁ ଟଙ୍କା କିମ୍ବା ରୂପା ଆକାରରେ ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତି ମାନେ କେବଳ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ କିମ୍ବା ବୋର୍ଡର ଆଧିକାରିକ ବ୍ୟାଙ୍କ ଖାତାରେ ଜମା କରି ଉପଯୁକ୍ତ ରସିଦ ନେବାର ସୁବ୍ୟବସ୍ଥା କରାଯାଇଛି । ଟ୍ରଷ୍ଟ ବୋର୍ଡ ବ୍ୟତିତ ଅନ୍ୟ କାହାରିକୁ କୌଣସି ସୂତ୍ରରେ ମଧ୍ୟ ମାଁ ସମଲେଶ୍ୱରୀଙ୍କ ରୂପା ପାଇଁ ଦାନ ପ୍ରଦାନ ନ କରିବାକୁ ଭକ୍ତ ମାନଙ୍କୁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ସହିତ ମାଁ ସମଲେଶ୍ୱରୀ ବ୍ୟବହାର କରୁଥିବା କିମ୍ବା କରିଥିବା ସୁନା, ରୂପା ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ଆଗାମୀ ଦିନରେ ଏକ ସଂଗ୍ରାହଳୟ କରାଯାଇ ଭବିଷ୍ୟତ ପିଢ଼ିର ଅବଗତି ନିମନ୍ତେ ପ୍ରଦର୍ଶନ କରାଯିବାର ଯୋଜନା ରହିଛି ବୋଲି ସଭାପତି ବାବୁ କହିଛନ୍ତି।

kalyan agarbati

Comments are closed.