www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁର : ବିଭିନ୍ନ ଦେବୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର : ପବିତ୍ର ମହାଳୟା ତିଥିରେ ମାଁ ପାଟଣେଶ୍ୱରୀ ଦେବୀଙ୍କ ଧବଳମୁଖୀ (ଗଙ୍ଗା ଦର୍ଶନ) ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ଧାର୍ମିକ ମାନ୍ୟତାନୁଯାୟୀ, ମାଁ ଙ୍କ ଧବଳମୁଖୀ ବେଶରେ ଦର୍ଶନ କରିଲେ ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ। ଏଥି ପାଇଁ ଶୁକ୍ରବାର ରାତ୍ରିରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ ଶନିବାର ପ୍ରାତଃ କାଳରେ ମହାନଦୀରୁ ପବିତ୍ର ଜଳ ପିତ୍ତଳ ପାତ୍ରରେ ଅଣାଯାଇ ମାଁଙ୍କୁ ସ୍ନାନ କରାଯାଇଥିଲା। ଏହା ପରେ ଧଳା ଚନ୍ଦନର ପ୍ରଲେପ ଦିଆଯାଇ ମାଁ ଙ୍କୁ ସିନ୍ଦୁରମୁଖୀରୁ ଧବଳମୁଖୀ କରାଯାଇଥିଲା। ଅଳଙ୍କାର ଓ ଶ୍ୱେତ ବସ୍ତ୍ର ଧାରଣ କରାଯାଇ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରାଯାଇ ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ମାଁ ପାଟଣେଶ୍ୱରୀ ମନ୍ଦିରର ପୂଜକ ରମେଶ ପୂଜାରୀ ଓ ଦଧିବାମନ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ସହଯୋଗୀ ପୂଜକ ମାନେ ଶ୍ୱେତ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ଓ ନିତିବିଧି ଗୁଡିକୁ ସମ୍ପନ୍ନ କରିଛନ୍ତି।

ମାଁ କାମାକ୍ଷ୍ୟା ଦେବୀଙ୍କ ଧବଳମୁଖୀ ବେଶ

- Advertisement -

ସ୍ଥାନୀୟ ବୈଦାରନୁଆପାଲି ସ୍ଥିତ ମାଁ କାମାକ୍ଷ୍ୟା ଦେବୀଙ୍କ ଧବଳମୁଖୀ ବେଶ ପବିତ୍ର ମହାଳୟା ତିଥିରେ ଶନିବାର କରାଯାଇଛି। ଆଜି ଭୋରରୁ ମାଁ କାମାକ୍ଷ୍ୟା ଦେବୀଙ୍କ ସ୍ୱତନ୍ତ୍ର ଶୃଙ୍ଗାର କରାଯାଇ ଧବଳମୁଖୂ ବେଶରେ ମାଁ ଙ୍କୁ ସୁସଜ୍ଜିତ କରାଯାଇ ପୂଜାର୍ଚ୍ଚନା ପରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା। ମୁଖ୍ୟ ପୂଜାରୀ ପଣ୍ଡିତ ଜୟ ଗୋପାଳ ସୁଆର ମାଁଙ୍କୁ ଶୃଙ୍ଗାର କରିଥିଲେ ଏବଂ ପଞ୍ଚାନନ ଦେହୁରୀ ସହଯୋଗ କରିଥିଲେ। ନବରାତ୍ର ପାଇଁ ମନ୍ଦିରକୁ ସଜ୍ଜିତ କରାଯାଇଥିବା ବେଳେ ଆକର୍ଷଣୀୟ ଆଲୋକୀକରଣ କରାଯାଇଛି। ରବିବାର ମାଁ କାମାକ୍ଷ୍ୟା ଦେବୀଙ୍କ ନବରାତ୍ର ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେବ ଏବଂ ମାନସିକ ଦୀପ ପ୍ରଜ୍ୱଳନ କରାଯିବ। ନବରାତ୍ରର ପ୍ରତି ଦିନ ମାଁ କାମାକ୍ଷ୍ୟାଙ୍କୁ ବିଭିନ୍ନ ରୂପରେ ସୁସଜ୍ଜିତ କରାଯାଇ ପୂଜା, ହୋମ ଓ ଚଣ୍ଡିପାଠ କରାଯାଇ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯିବ। ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈଦାରନୂଆପାଲି ଗ୍ରାମବାସୀ ମାନେ ମହାଷ୍ଟମୀ ଦିନ ଗ୍ରାମ ଦେବୀ ମାଁ ସମଲେଇଙ୍କ ଠାରୁ ପାହୁର ଭାର ଓ ବିରାଟ ଜୁଗାର ଆଣି ମାଁ କାମାକ୍ଷ୍ୟାଙ୍କୁ ଅର୍ପଣ କରିବେ ବୋଲି ସୂଚନା ଦିଆଯାଇଛି।

ମାଁ ବାଟ ମଙ୍ଗଳାଙ୍କ ଧବଳମୁଖୀ ବେଶ

ସ୍ଥାନୀୟ ଦଲେଇପଡା ସ୍ଥିତ ମାଁ ବାଟମଙ୍ଗଳା ମନ୍ଦିରରେ ମାଁ ଙ୍କ ଧବଳମୁଖୀ ବେଶ (ଗଙ୍ଗା ଦର୍ଶନ) ରେ ଭକ୍ତ ମାନଙ୍କୁ ପବିତ୍ର ମହାଳୟା ତିଥିରେ ଦର୍ଶନ ଦେଉଛନ୍ତି। ମୁଖ୍ୟ ପୂଜକ ସୁରେଶ ଚନ୍ଦ୍ର ପଟ୍ଟନାୟକ ଶନିବାର ଭୋରରୁ ମାଁ ଙ୍କୁ ଧବଳମୁଖୀ ବେଶରେ ଶୃଙ୍ଗାର କରି ସୁସଜ୍ଜିତ କରିଥିଲେ। ଏହା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇଥିଲା। ନବରାତ୍ର ପାଇଁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି।

ଆସନ୍ତା କାଲିଠାରୁ ମାଁ ଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ସହିତ ଜାଗର ଦୀପ ପ୍ରଜ୍ୱଳନ କରାଯିବ। ପୀଠେ ସପ୍ତମୀ ତିଥିରେ ମାଁଙ୍କ ୩ ଦିନ ଧରି ସ୍ୱତନ୍ତ୍ର ଜାଗର ଦୀପ ପ୍ରଜ୍ୱଳନ କରାଯିବ। ସପ୍ତମୀ ତିଥିରେ ମାଁ ଙ୍କ ଖଣ୍ଡା ଧୁଅ, ଅଷ୍ଟମୀ ତିଥିରେ ମାଁ ଙ୍କ ଖଣ୍ଡା ପାରମ୍ପରିକ ଦୁଲଦୁଲି ବାଜାର ଆସରରେ ମାଁ ସମଲେଶ୍ୱରୀ ମନ୍ଦିରକୁ ଯାଇ ମାଁ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ। ପବିତ୍ର କୁମାର ପୂର୍ଣ୍ଣିମା ତିଥି ଆସନ୍ତା ୨୮ ତାରିଖରେ ମାଁ ବାଟମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବ ସହିତ ଖିରି ଭୋଗ ବଣ୍ଟନ କରାଯିବ ବୋଲି ମନ୍ଦିର ପୂଜକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories