ମାଆ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ

ଚିକିଟି : ଚିକିଟିପେଣ୍ଠ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଆ ମୁକ୍ତାଦେବୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି । ଶନିବାର ବଡ଼ି ଭୋରରେ ମାଙ୍କୁ ପଞ୍ଚାମୃତ ଜଳରେ ମହାସ୍ନାନ କରି ମାର୍ଜନା, ପୁଷ୍ପ,ବିଲ୍ଵର୍ଚନା କରାଯାଇ ମହାପୂଜା କରାଯାଇଥିଲା। ପୂର୍ବାହ୍ନରେ ମା ଘର ପରିବାର ବନ୍ଧୁ ବର୍ଗ ମା’ ଙ୍କ ମନ୍ଦିର କୁ ଯାଇ ନିମନ୍ତ୍ରଣ କରାଯାଇଥିଲା। ସନ୍ଧ୍ୟାରେ ଭକ୍ତ ସମୂହ ପାରମ୍ପରିକ ବାଦ୍ୟ ବାଜଣା ପାଟୁଆର ସହ ପହଞ୍ଚି ଷୋଢଶ ଉପଚାରରେ ପୂଜାର୍ଚ୍ଚନା ଚଣ୍ଡୀ ପାଠ କରି ମାଙ୍କୁ ଆବାହନ କରାଯାଇଥିଲା, ଶେଷରେ ମା’ ଙ୍କ ଆଜ୍ଞାମାଳ ଫୁଲ ଚାଙ୍ଗୁଡ଼ି ରେ ଆବିର୍ଭାବ ହୋଇ ପ୍ରଥମେ ମା’ ଘର ରାମସାହୁଙ୍କ ଘରେ ପହଞ୍ଚି ପୂଜା ଗ୍ରହଣ କରିଥିଲେ। ପରେ ବିରାଟ ପାଟୁଆର ଶୋଭାଯାତ୍ରାରେ ନଗର ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ସ୍ଥାପିତ ହୋଇଥିଲେ। ଚିକିଟି ପେଣ୍ଠର ସମସ୍ତ ସାହି ଗଳି କନ୍ଦି ସୁନ୍ଦର ଆଲୋକ ମାଳାଜପ ତୋରଣ ଓ କଳା କୁଞ୍ଜରେ ଝଲସୁଛି। ପ୍ରତିଦିନ ମା’ ବିଭିନ୍ନ ସାହି ପରିକ୍ରମା କରି ଭକ୍ତଙ୍କ ଦାଣ୍ଡ ବାରଣ୍ଡାରୁ ପୂଜା ଗ୍ରହଣ କରିବେ, ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଯାତ୍ରା ପରିଚାଳନା କମିଟି ଙ୍କ ସୂତ୍ରରୁ ପ୍ରକାଶ।

kalyan agarbati

Comments are closed.