www.samajalive.in
Saturday, December 6, 2025
23.1 C
Bhubaneswar

ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ମା’ଲକ୍ଷ୍ମୀଙ୍କ ଏପରି ମୂର୍ତ୍ତି : ହେବ କ୍ଷତିର କାରଣ

ଶାସ୍ତ୍ରରେ ମା’ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ମା’ଙ୍କ କୃପା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ସେଥିପାଇଁ ଲୋକେ ଘରେ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିଥାଆନ୍ତି। ହେଲେ ଯଦି ମା’ଙ୍କ ମୂର୍ତ୍ତି ସଠିକ୍‍ ଭାବେ ରଖାଯାଇ ନଥାଏ ତେବେ ଏହାଦ୍ୱାରା ବହୁ କ୍ଷତି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବାର ସଠିକ୍‍ ନିୟମ ବିଷୟରେ
– ମା’ଲକ୍ଷ୍ମୀଙ୍କ ଠିଆ ହୋଇଥିବା ମୂର୍ତ୍ତି ଘରେ ରଖିବା ଉଚିତ୍‍ ନୁହେଁ। ମା’ଙ୍କୁ ଏହି ସ୍ୱରୂପରେ କରାଯାଉଥିବା ପୂଜା ଫଳପ୍ରଦ ଦେଇନଥାଏ। ସର୍ବଦା ଘରେ ମା’ଙ୍କ ବସିଥିବା ମୂର୍ତ୍ତି ରଖି ପୂଜା କରିବା ଉଚିତ୍‍।
– ପେଚା ମା’ଲକ୍ଷ୍ମୀଙ୍କ ବାହନ ହୋଇଥାଏ ଓ ପେଚା ମଧ୍ୟ ମା’ଙ୍କ ପରି ଚଞ୍ଚଳ ସ୍ୱଭାବର ହୋଇଥାଏ। ତେଣୁ ଦେବୀ ଲକ୍ଷ୍ମୀ ପେଚା ଉପରେ ବସିଥିବା ଅବସ୍ଥାର ମୂର୍ତ୍ତି ଘରେ ରଖିବା ଉଚିତ୍‍ ନୁହେଁ। ଏହାଦ୍ୱାରା ମା’ ଅଧିକ ଦିନ ଘରେ ବାସ କରି ନଥାଆନ୍ତି।
– ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ପାଖରେ ଅନ୍ୟ ଦେବାଦେବୀଙ୍କ ମୂର୍ତ୍ତି ରଖିବା ପରିବର୍ତ୍ତେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ରଖନ୍ତୁ। ଏହାଦ୍ୱାରା ମା’ ପ୍ରସନ୍ନ ହୋଇଥାଆନ୍ତି।
– ମା’ଙ୍କ ମୂର୍ତ୍ତିକୁ କାନ୍ଥ ସହ ଲଗାଇ ରଖିବା ଅନୁଚିତ୍‍। ବାସ୍ତୁ ଶାସ୍ତ୍ରରେ ଏହାକୁ ଏକ ଦୋଷ ବୋଲି ବିବେଚିତ କରାଯାଏ। ମୂର୍ତ୍ତି ଓ କାନ୍ଥ ମଧ୍ୟରେ ଦୂରତା ରହବା ଉଚିତ୍‍।
– ପୂଜାଘରେ ମା’ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ୍‍। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ।
– ଶାସ୍ତ୍ର ଅନୁସାରେ, ଘରେ ଏକରୁ ଅଧିକ ମା’ଙ୍କ ମୂର୍ତ୍ତି ଓ ଫଟୋ ରଖିବା ଅନୁଚିତ୍‍।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories