www.samajalive.in
Sunday, December 14, 2025
23.1 C
Bhubaneswar

୩ ଆଇନଜୀବୀ ବହିଷ୍କୃତ ; ୯ ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

କଟକ : ଆଇନଜୀବୀମାନେ ଚଲାଇଥିବା କାର୍ଯ୍ୟବନ୍ଦ ଆନ୍ଦେଳନକୁ ଭଣ୍ଡୁର କରିବା ପାଇଁ ବିଜେଡି ଆଇନଜୀବୀ ସାମୁଖ୍ୟ ପକ୍ଷରୁ ହୋଇଥିବା ଉଦ୍ୟମ ପାଇଁ ହାଇକୋର୍ଟ ବାର ଆସୋସିଏସନ ୩ଜଣ ଆଇନଜୀବୀଙ୍କୁ ବହିଷ୍କାର କରିଛି। ବିଜେଡି ଆଇନଜୀବୀ ସାମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ, ଆବାହକ ମିଳନ କାନୁନଗୋ ଏବଂ ବାରର ପୂର୍ବତନ ଉପ ସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କାର କରାଯାଇଛି । ସେହିପରି ଓଡିଶା ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଟହଲି ଚରଣ ମହାନ୍ତିଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତି ଏ ସଂପର୍କରେ ସୂଚନା ଦେଇଛନ୍ତି। ତେବେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଆଇନଜୀବୀଙ୍କ ଆନ୍ଦୋଳନ ଜାରୀ ରହିବ ବେ​‌ଲି ବାର ପକ୍ଷରୁ କୁହାଯାଇଛି।

- Advertisement -

ସୂଚନା ଯୋଗ୍ୟ, ପୁଲିସ ମାଡ ପ୍ରତିବାଦରେ ଆଇନଜୀବୀମାନେ ଚଲାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରୁ ବିଜେଡି ଆଇନଜୀବୀ ସାମୁଖ୍ୟ ଓହରି ଯାଇଥିଲା । ଏପରି କି କୋର୍ଟ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ମନସ୍ଥ କରିଥିଲା । ଯାହାକୁ ନେଇ ଗତ ୨୯ ତାରିଖରେ ହାଇକୋର୍ଟ ପରିସରରେ ଉତ୍ତେଜନା ଦେଖା ଦେବା ସହ ଦୁଇ ଆଇନଜୀବୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା।

ତେବେ ଆନ୍ଦୋଳନରତ ଆଇନଜୀବୀମାନେ ବିଜେଡି ଆଇନଜୀବୀ ସାମୁଖ୍ୟର ଏହି କାର୍ଯ୍ୟକର୍ତ୍ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ। ସମସ୍ତ ବାରର ମତାମତ ନିଆଯିବା ପରେ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories