www.samajalive.in
Monday, December 15, 2025
15.1 C
Bhubaneswar

ମା’ ବାସନ୍ତୀଦୁର୍ଗାଙ୍କ ମହାଷ୍ଟମୀ, ନବମୀ ପୂଜା ପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡିଝାଟିଆ: ମା’ ବାସନ୍ତୀଦୁର୍ଗାଙ୍କ ମହାଷ୍ଟମୀ ଓ ମହାନବମୀ ପୂଜା ତଥା ମା’ଙ୍କ ୭୬ତମ ପ୍ରତିଷ୍ଠା ଉତ୍ସବ ଗୁରୁଡିଝାଟିଆ-କୋତର ଦେବୀପୀଠରେ ଅନୁଷ୍ଠିତ ହେଉଛି। ଗୁରୁଡିଝାଟିଆ-କୋତର ଗ୍ରାମ ଆରାଧ୍ୟାଦେବୀ ମା’ ବାସନ୍ତୀଦୁର୍ଗାଙ୍କ ପୀଠରେ ପୂଜାର୍ଚ୍ଚନା ପାଇଁ ପ୍ରାୟ ୧୨ହଜାର ଶ୍ରଦ୍ଧାଳୁଙ୍କ ସମାଗନ ହୋଇଥିଲା। ସନ୍ଧ୍ୟାରେ ବ୍ରତାଚାରୀମାନେ ସନ୍ଧ୍ୟାଆଳତୀ ମଧ୍ୟ କରିଥିଲେ। ଗୁରୁଡିଝାଟିଆ-କୋତର ମା’ ବାସନ୍ତୀ ଦୂର୍ଗା କମିଟିର ସଭାପତି ବସନ୍ତ କୁମାର ସାହାଣୀ, ସଂପାଦକ ଅମରେନ୍ଦ୍ର ଧଳ, ସରପଞ୍ଚଙ୍କ ପ୍ରତିନିଧି ସନାତନ ଦଳାଇ, ଦେବାଶିଷ ବିଶ୍ୱାଳ, ରଶ୍ମୀରଞ୍ଜନସାହାଣୀ, ହୃଦାନନ୍ଦ ସାହାଣୀ, ଚନ୍ଦନ ବିଶ୍ୱାଳ, ମନୋଜ କୁମାର ସାହୁ, ପବିତ୍ର କୁମାର ସାହାଣୀ ପ୍ରମୁଖ ଯୋଗଦେଇଛନ୍ତି।

ଆସନ୍ତା ୧ ତାରିଖ ଅପରାହ୍ନରେ ମା’ଙ୍କ ଭସାଣୀ ଓ ପାହାଡି ଉତ୍ସବ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ ମା ବାସନ୍ତୀଦୂର୍ଗା ମହୋତ୍ସବ କମିଟି ପକ୍ଷରୁ ଭଜନ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଣ୍ଠଶିଳ୍ପୀ ମାନସୀ ପାତ୍ର,ବାଦଲ ଆଚାର୍ଯ୍ୟ ଓ ବସନ୍ତ ଶତପଥି ଓ ସାଥି ଆଧ୍ୟାତ୍ମିକ ଭକ୍ତିଭରା ସଂଗୀତ ସଙ୍ଗୀତ ପରିବେଷିତ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସନ୍ଧ୍ୟାରେ ମା’ ବାସନ୍ତୀଦୂର୍ଗାଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଯୁବ ସଂଗଠକ ଅଭୟ ବାରିକ ଓ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ମା’ଙ୍କୁ ଦର୍ଶନ କରିଥିଲେ।

- Advertisement -

ଖୁଣ୍ଟୁଣୀ-ରମ୍ପେଇ ଗ୍ରାମ କମିଟି ପକ୍ଷରୁ ମା ବାସନ୍ତୀଦୂର୍ଗା ପୂଜାଉତ୍ସବ ଅନୁଷ୍ଠିତ ହେଉଛି। ବାସନ୍ତୀଦୂର୍ଗା ପୂଜା ପାଇଁ ଖୁଣ୍ଟୁଣୀ-ରମ୍ପେଇ ସହିତ ସ୍ଥାନୀୟ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ମା’ଙ୍କ ପୀଠରେ ମହାଷ୍ଟମୀ ଓ ନବମୀ ପୂଜା ଶାସ୍ତ୍ରୀୟ ବିଧିମୁତାବକ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନାପାଇଁ ମାଙ୍କ ମୃଣ୍ମୟୀ ପ୍ରତିମାପାଖରେ ସମବେତ ହୋଇ ପୂଜା କରିଥିଲେ। ଖୁଣ୍ଟୁଣୀ-ରମ୍ପେଇ ଗ୍ରାମ୍ୟ କମିଟି ସଭାପତି ମନୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିପିନ ବିହାରୀ ପ୍ରଧାନ, ସଚ୍ଚିଦାନନ୍ଦ ପଣ୍ଡା, ଦିଲ୍ଲିପ କୁମାର ସେଠ, ଚକ୍ରଧର ସାହୁ, ଦୀପକ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଦଶମୀ ପୂଜା ଅନୁଷ୍ଠିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories